Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଲଗାଣ ବର୍ଷାରେ ଭଦ୍ରକ ବେହାଲ୍‌, ଫୁଲୁଛି ବୈତରଣୀ, ଖୋଲିବ ହଦଗଡ଼ ଡ୍ୟାମ୍‌

11/08/2022 at 8:02 PM

ଭଦ୍ରକ, ୧୧/୦୮: ଲଗାଣ ବର୍ଷା ଏବେ ସମସ୍ୟା ବଢାଇବାରେ ଲାଗିଛି । ସହର ତଳି ଅଞ୍ଚଳରେ ପାଣି ଜମୁଥିବା ବେଳେ ବୈତରଣୀ ନଦୀ ଫୁଲୁଛି ଓ ସାଳନ୍ଦୀ ରିଜର୍ଭୟରରେ ଜଳସ୍ତର ବଢ଼ୁଥିବାରୁ ହଦଗଡ଼ ଡ୍ୟାମରୁ ପାଣି ଛଡ଼ାଯାଉଛି । ଲଗାଣ ବର୍ଷା ଭଦ୍ରକ ପୌରାଞ୍ଚଳର କେତେକ ୱାର୍ଡରେ ସମସ୍ୟା ସୃଷ୍ଟି କରିଛି । ଚରମ୍ପା ଅଞ୍ଚଳର କେତେକ ସ୍ଥାନରେ ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହେଉଛି । ସହର ତଳି ଅଞ୍ଚଳ ଗୁଡିକରେ ବର୍ଷା ପାଣି ଜମି ରହିବା ନେଇ ସୂଚନା ମିଳିଛି ।

ତେବେ ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ବୈତରଣୀ ନଦୀ ମଧ୍ୟ ଫୁଲିବାରେ ଲାଗିଛି । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଦ୍ୱିପ୍ରହର ସୁଦ୍ଧା ଜଳ ସ୍ଥର ୧୭.୪୮ ମିଟରରେ ପ୍ରବାହିତ ହେଉଛି । ସେହିପରି ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ଥର ବଢିବାରେ ଲାଗିଛି । ସାଳନ୍ଦୀ ନଦୀର ହଦଗଡ଼ ଡ୍ୟାମରେ ଜଳସ୍ତର ୭୮ ମିଟର ରହିଛି ଓ ବର୍ଷା ଲଗାତାର ହେଉଥିବାରୁ ଜଳସ୍ତର ବୃଦ୍ଧିକୁ ନଜରରେ ରଖି ଦିନ ଦୁଇରୁ ସାଳନ୍ଦୀ ନଦୀର ହଦଗଡ଼ ଗେଟ ଖୋଲାଯାଉଛି ବୋଲି ବିଦ୍ୟାଧରପୁର କେନାଲ ଡିଭିଜନ ତରଫରୁ ଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ।

   Related Posts