ଆନନ୍ଦପୁର ବ୍ୟାରେଜରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି,ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ଗେଟ୍

Published By : Prameya-News7 Bureau | July 28, 2024 IST

ଆନନ୍ଦପୁର ୨୮/୭: ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜ ଠାରେ ୪ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ପ୍ରଥମେ ୯ଟି ଗେଟ୍‌ ଖୋଲାଯାଇଥିଲା । ଆଜି ବ୍ୟାରେଜ ମଧ୍ୟକୁ ୨୩୦ରୁ ୨୫୦ କ୍ୟୁମେକ ଜଳ ପ୍ରବେଶ କରୁଥିବାରୁ ୫ଟି ଗେଟ୍‌ ବନ୍ଦ କରାଯାଇ ୪ଟି ଗେଟ୍‌ରେ ଜଳ ନିଷ୍କାସନ କରାଯାଉଛି । ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ବୈତରଣୀ ବ୍ୟାରେଜରୁ ବାମ କେନାଲ ଦେଇ ସାଳନ୍ଦୀ ନଦୀକୁ ପାଣି ଛାଡିବାକୁ ବିଭାଗ ନିଷ୍ପତ୍ତି ନେଇଛି । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.