ବୈତରଣୀର ବାମ ପାର୍ଶ୍ଵ ନଦୀ ବନ୍ଧ ଏବେ ବିପଦରେ, ଏସକେପକୁ କ୍ୟାପିଟାଲ ଏମବାକମେଣ୍ଟ ଦାବି
14/05/2022 at 10:34 AM

ଭଦ୍ରକ ୧୪/୦୫: ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀର ବାମ ପାର୍ଶ୍ଵ ନଦୀ ବନ୍ଧ ଏବେ ବିପଦରେ । ବେଆଇନ ବାଲି ଉଠାଣ ଯୋଗୁ ନଦୀ ବନ୍ଧ ଦୁର୍ବଳ ହେବାରେ ଲାଗିଛି । ବାରମ୍ବାର ଦାବି ପରେ ଜଳସମ୍ପଦ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉ ନଥିବା ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ଅଭିଯୋଗ କରିଛି ।
ଆଖୁଆପଦା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏମିତି କିଛି ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ମତ ଯେ ବୈତରଣୀ ନଦୀର ଡାହାଣ ପାର୍ଶ୍ଵ ନଦୀ ବନ୍ଧକୁ ପଥର ପ୍ୟାକିଂ କରାଯାଇ ସୁଦୃଢ କରାଯାଉଛି । କିନ୍ତୁ ବାମ ପାର୍ଶ୍ଵ ନଦୀ ବନ୍ଧରେ ଥିବା ବାଲିପୋଖରୀ ଏସକେପ ନିକଟରୁ ବାଲି ଉଠାଣ ହେଉଛି । ତେଣୁ ଏସକେପ ନଷ୍ଟ ସହିତ ବନ୍ୟା ସମୟରେ ନଦୀ ବନ୍ଧ ଭାଙ୍ଗି ହଜାର ହଜାର ଲୋକ ଙ୍କ ଜୀବନ ଓ ଜୀବିକା ନଷ୍ଟ ହେବ ।
ଏ ସମ୍ପର୍କ ରେ ବାରମ୍ବାର ସେମାନେ ଜଣାଇ ଆସୁଛନ୍ତି ଏପରିକି ଗଣଧାରଣା ମଧ୍ୟ ଦିଆଯାଇଥିଲା । କିନ୍ତୁ କେବଳ ପ୍ରତିଶୃତି ମିଳିଛି କିନ୍ତୁ କିଛି ପଦକ୍ଷେପ ନିଆ ଯାଉ ନାହିଁ । ତେଣୁ ପୁଣି ଥରେ ବଡ଼ ଧରଣର ଆନ୍ଦୋଳନ ଏଥିପାଇଁ କରାଯିବ ବୋଲି ସୂଚନା ଦେଇଛନ୍ତି ।