ଆହୁରି ୫ ଦିନ କାଳ ବୈଶାଖୀ, ୧୯ରୁ ବଦଳିବ ପାଗ, ଆଭ୍ୟନ୍ତରୀଣ ଜିଲ୍ଲାରେ ହେବ ଗ୍ରୀଷ୍ମ ଲହରି

Published By : Prameya-News7 Bureau | May 16, 2024 IST

ଭୁବନେଶ୍ଵର:  ଆହୁରି ୫ ଦିନ କାଳ ବୈଶାଖୀ ପ୍ରଭାବ ରହିବ । ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା ସହ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି କହିଛି ପାଣିପାଗ କେନ୍ଦ୍ର । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ୧୯ ରୁ ବଢ଼ିବ ତାପମାତ୍ରା ।  ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଦେଖାଦେବ । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ୧୮ ତାରିଖ ପର୍ଯ୍ୟନ୍ତ କାଳ ବୈଶାଖୀ ବର୍ଷା ପ୍ରଭାବ ରହିବ । ୨୦-୨୩ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବ । ସେପଟେ ଚଳିତ ବର୍ଷର ମୌସୁମୀ ୩୧ ତାରିଖ ବେଳକୁ କେରଳ ଛୁଇଁବ ମୌସୁମୀ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

Also read: ନିର୍ବାଚନ ସମୟରେ ବିଜେପିକୁ ଝଟକା, ଦଳ ଛାଡ଼ି ବିଜେଡିରେ ମିଶିଲେ ରାଧାରାଣୀ ପଣ୍ଡା

ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା । ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ଏଥିସହ ପବନର ବେଗ  ଘଣ୍ଟା ପ୍ରତି ପବନର ବେଗ ୩୦-୪୦ କିଲୋମିଟର ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ ଭାବେ ଦକ୍ଷିଣ ଓ ଉତ୍ତର ଓଡିଶାରେ ବର୍ଷା ହେବ। ପ୍ରବଳ ବର୍ଷା ନେଇ ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ  ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର । 

ସେହିପରି ବିଜୁଳି ଘଡଘଡି ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୋନପୁର,ବୌଦିଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ,ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, କୋଉଁଝର, ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ ହୋଇଛି । । 

ସେହିପରି ଆସନ୍ତା କାଲି ଦକ୍ଷିଣ, ଉତ୍ତର ଓ ଉପକୂଳରେ ବିଜୁଳି ଘଡଘଡି ସହ ବର୍ଷା ହେବ । କେତେକ ସ୍ଥାନରେ ଘଣ୍ଟା ପ୍ରତି ପବନର ବେଗ ୩୦-୪୦ କିଲୋମିଟର ହେବ । ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ,ଗଞ୍ଜାମ ଓଗଜପତି ଜିଲ୍ଲା। ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ୧୯ ତାରିଖରୁ ପାଗ ବଦଳିବ । ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଉପୁଜିବ ।

ଜିଲ୍ଲା ଗୁଡିକ ହେଲା ନୂଆପଡା, ବଲାଙ୍ଗିର,ବରଗଡ, ଝାରସୁଗୁଡା,ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, କେଉଁଝର ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର  । ୨୦ ଓ ୨୧ ତାରିଖରେ ମଧ୍ୟ ଅନେକ ସ୍ଥାନରେ କାଳବୈଶୀଖୀ ବର୍ଷା ସହ ଗ୍ରୀଷ୍ମ ପ୍ରବାହ ଲହରୀ ମଧ୍ୟ ଦେଖାଦେବା ନେଇ କହିଛି ପାଣିପାଗ କେନ୍ଦ୍ର । ସେହିପରି ଚଳିତ ବର୍ଷର ମୌସୁମୀ ୩୧ ତାରିଖ ବେଳକୁ କେରଳ ଛୁଇଁବ ମୌସୁମୀ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ଓଡ଼ିଶାକୁ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହୁଛି । ଫଳରେ ଜଳୀୟ ବାଷ୍ପର ପରିମାଣ ଅଧିକ ରହୁଛି। ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଛି । ଏଭଳି ସ୍ଥିତି ୧୮ ତାରିଖ ପର୍ଯ୍ୟନ୍ତ ରହିବ।  ୧୯ ରୁ ବଦଳିବ ପାଗ । ତାପମାତ୍ରା ବଢ଼ିବ । ୨୦-୨୩ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁବ । ଉପକୂଳରେ ୪୦_୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରହିବ । ୨୪ ରେ ପୁଣି ତାପମାତ୍ରା କମିବାର ସମ୍ଭାବନା ରହିଛି । ଆଣ୍ଡମାନରେ ୧୯_୨୦ ସୁଦ୍ଧା ମନସୁନ ଅନ୍ସେଟ ହେବ  ବୋଲି  ପାଣିପାଗ ବିଶେଷଜ୍ଞ କହିଛନ୍ତି । ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀ ପ୍ରବାହ ସାମାନ୍ୟ ଆସ୍ୱସ୍ତି ଦେଉଥିବା ବେଳି ପୁନର୍ବାର ଗ୍ରୀଷ୍ମ ଦାଉ ହନ୍ତସନ୍ତ କରିବ ରାଜ୍ୟବାସୀଙ୍କୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.