Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜମିବାଡି଼କୁ କେନ୍ଦ୍ର କରି ମହିଳାଙ୍କୁ ଆକ୍ରମଣ ଅଭିଯୋଗ; ନ୍ୟାୟ ପାଇଁ ଗୁହାରି କଲେ ମହିଳା

23/11/2022 at 4:31 PM

ଚଣ୍ଡିଖୋଲ ୨୩/୧୧: ଜମିଜମା ମାମାଲାକୁ କେନ୍ଦ୍ର କରି ଭାଇମାନେ ଭଉଣୀଙ୍କୁ କଲେ ଆକ୍ରମଣ। ଜବରଦସ୍ତି ଗଛକଟାକୁ ବିରୋଧ କରିବାରୁ ଆକ୍ରମଣର ଶୀକାର ହେଲେ ଭଉଣୀ। ଏପରି ଘଟଣା ଯାଜପୁର ଜିଲ୍ଲା ବୈରି ଥାନା ଅନ୍ତର୍ଗତ ଛତିଆ ଗୋପପୁର ଗାଁରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ଜମିଜମା ବିଷୟକୁ କେନ୍ଦ୍ରକରି ଭ୍ରମରବର ବିଶ୍ବାଳଙ୍କ ଝିଅ କୋକିଳ ବିଶ୍ବାଳଙ୍କୁ ତାଙ୍କ ଦାଦା ପୁଅ ଭାଇମାନେ ମାଡ଼ ମାରିଛନ୍ତି ବୋଲି ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଏନେଇ ପ୍ରଥମେ ଛତିଆ ଫାଣ୍ଡିରେ ଅଭିଯୋଗ ପରେ ଫାଣ୍ଡି କର୍ତ୍ତୃପକ୍ଷ ଅଭିଯୋଗ ଗ୍ରହଣ କରିନଥିଲେ। ପରେ ବଇରୀ ଥାନାରେ ଅଭିଯୋଗ ପରେ ପୋଲିସ  ଏତଲା ଗ୍ରହଣ କରିଛି କହିଛନ୍ତି ମହିଳା ଜଣକ କହିଛନ୍ତି। ତେବେ  କଣ ପାଇଁ ଦାଦା ମୁନି ବିଶ୍ବାଳଙ୍କ ପରିବାର ତାଙ୍କୁ ମାରଧର କରିବା ସହି ତାଙ୍କ ଘର ବାଡ଼ିରେ ଜବର ଦଖଲ କରୁଛନ୍ତି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

   Related Posts