ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଏକ କାରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ବୈରୀ ପୋଲିସ

1/06/2022 at 2:36 PM

ଚଣ୍ଡିଖୋଲ ୦୧/୦୬ : ଏକ କାରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଛତିଆ ପାଖରେ ଏକ କାରରୁ ବୈରୀ ପୋଲିସ ଗଞ୍ଜେଇ ଜବତ କରିଛି।ଖବର ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଜାତୀୟ ରାଜପଥରେ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଏକ କାରକୁ  ଅଟକାଇବା ସହ ଯାଞ୍ଚ କରିଥିଲା। ଯାଞ୍ଚ କରିବା ସମୟରେ କାର ଡ଼ିକିରୁ ଗଞ୍ଜେଇ ଥିବା ପୋଲିସ ଦେଖିବାକୁ ପାଇଥିଲା। ପରେ ଏହାକୁ ପୋଲିସ ଜବତ କରିବା ସହିତ କାର୍‌କୁ ମଧ୍ୟ ଜବତ କରିଥିଲା।

ଘଟଣାସ୍ଥଳରୁ କାରରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଫେରାର ହୋଇ ଯାଇଥିବା ବେଳେ ଅନ୍ୟ ଜଣକୁ ପୋଲିସ  କରି ଗିରଫ କରିଥିଲା। ବୌଦ୍ଧରୁ ଚାଲାଣ ହୋଇ ଗଞ୍ଜେଇ   ଟାଙ୍ଗୀରେ ପହଞ୍ଚିବା ପରେ ସେଠାରୁ ଏକ କାରରେ କଲିକତା ଯାଉଥିବା ସମୟରେ ବୈରୀ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ଭର୍ତି କାରକୁ ଛତିଆ ପାଖରେ ଜବତ କରିଥିଲା। ଜବତ ଗଞ୍ଜେଇର ପରିମାଣ ଆନୁମାନିକ ୧ କ୍ୱିଣ୍ଟାଲରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି।ଘଟଣା ସ୍ଥଳରେ ବୈରୀ ପୋଲିସ, ଯାଜପୁର ଏସଡିପିଓ, ଦର୍ପଣ ଅତିରିକ୍ତ ତହସିଲଦାର ଅଧିକ ତଦନ୍ତ ଜାରି ରଖିଛନ୍ତ।

   Related Posts