ବିକ୍ରି ହେଲା ଆଦାନୀ ଗ୍ରୁପର ଏହି କମ୍ପାନି, ବିଦେଶୀ ଫାର୍ମ କଲା ବଡ଼ ଡିଲ୍

Published By : Prameya-News7 Bureau | July 23, 2023 IST

ନୂଆଦିଲ୍ଲୀ: ଆମେରିକା ସ୍ଥିତ ନିବେଶ ଫାର୍ମ ବେନ୍ କ୍ୟାପିଟାଲ୍ ଆଦାନୀ ଗ୍ରୁପର ଫାଇନାନ୍ସ ସହ ଜଡ଼ିତ କମ୍ପାନି ଆଦାନୀ କ୍ୟାପିଟାଲ ଏବଂ ଆଦାନୀ ହାଉସିଂର ୯୦ ପ୍ରତିଶତ ଅଂଶ କିଣିଛି । ରବିବାର ଆମେରିକୀୟ କମ୍ପାନି ଏହି ସୂଚନା ଦେଇଛି । ଏହି ଡିଲ୍ ଅନୁସାରେ ବେନ୍ କ୍ୟାପିଟାଲ୍ ଗୌତମ ଆଦାନୀଙ୍କ ନନ-ବ୍ୟାଙ୍କିଂ ଫାଇନାନ୍ସ କମ୍ପାନିରେ ୯୦ ପ୍ରତିଶତ ଅଂଶଧନ କିଣିବ । ବେନ୍ କ୍ୟାପିଟାଲ୍ ଅଂଶଧନ ହାସଲ କରିବା ପରେ ଆଦାନୀ ଗ୍ରୁପ ଏହି କମ୍ପାନିରେ ଅତିରିକ୍ତ ୧୨୦ ମିଲିୟନ ଡଲାର ନିବେଶ କରିବ ।

ପଢନ୍ତୁ: ଅନିଲ ଅମ୍ବାନୀଙ୍କୁ ଆଉ ଏକ ଝଟକା, ୫ ବିମାନ ବନ୍ଦର ଫେରାଇନେଲେ ସରକାର

ଉଲ୍ଲେଖଯୋଗ୍ୟ ଯେ ହିଣ୍ଡନବର୍ଗ ରିପୋର୍ଟ ପରେ ଗୌତମ ଆଦାନୀ ଗ୍ରୁପ ଉପରେ ଅନେକ ପ୍ରଶ୍ନ ଉଠିଥିଲା । ରିପୋର୍ଟ ଯୋଗୁଁ ନିବେଶକଙ୍କ ଭରସା କମିଥିଲା । ତେବେ ଆଦାନୀ ଗ୍ରୁପ ନିବେଶକଙ୍କ ଭରସା ଜିତିବା ପାଇଁ ଅନେକ ଜରୁରୀ ପଦକ୍ଷେପ ଉଠାଇଛି । ଏହି ଶୃଙ୍ଖଳାରେ ଗ୍ରୁପ ଭିନ୍ନ ଭିନ୍ନ ଉପାୟରେ ଫଣ୍ଡ ଏକାଠି କରିବା ପାଇଁ ଯୋଜନା କରୁଛି । ଆଦାନୀ ଗ୍ରୁପର ତିନି ସୂଚୀବଦ୍ଧ କମ୍ପାନି- ଆଦାନୀ ଏଣ୍ଟରପ୍ରାଇସେସ୍, ଆଦାନୀ ଗ୍ରୀନ ଏନର୍ଜୀ ଏବଂ ଆଦାନୀ ଟ୍ରାନ୍ସମିଶନ କ୍ୟାଲେଣ୍ଡର ବର୍ଷ ଶେଷ ସୁଦ୍ଧା କ୍ୱାଲିଫାଇଡ୍ ଇନଷ୍ଟିଟ୍ୟୁସନଲ ପ୍ଲେସମେଣ୍ଟ (କ୍ୟୁଆଇପି) ଜାରି କରି ୩୩,୦୦୦ କୋଟି ଟଙ୍କା ଏକାଠି କରିବା ପାଇଁ ଯୋଜନା ରଖିଛି ।

ପଢନ୍ତୁ: ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୬୦୦ ବିଲିୟନ ଡଲାର ପାର,୧୫ ମାସରେ ସର୍ବୋଚ୍ଚ

ଆଦାନୀ ଗ୍ରୁପ ବର୍ତ୍ତମାନ ସମୟରେ ନଭି ମୁମ୍ୱାଇ ବିମାନବନ୍ଦର ଯୋଜନା ଏବଂ ଗଙ୍ଗା ଏକ୍ସପ୍ରେସୱେ ଯୋଜନାକୁ ଆରମ୍ଭ କରିବା ପାଇଁ ଉଦ୍ୟମ କରୁଛି । ଗତ ସପ୍ତାହରେ, ମହାରାଷ୍ଟ୍ର ସରକାର ଧାରାଭି ପୁନର୍ବିକାଶ ଯୋଜନା ଆଦାନୀ ଗ୍ରୁପକୁ ଦେବା ପାଇଁ ମଞ୍ଜୁରୀ ଦେଇଥିଲେ । ଏଥିପାଇଁ ୨୦,୦୦୦ କୋଟି ଟଙ୍କା ନିବେଶ ଦରକାର ପଡ଼ିବ ।

Also Read: ହିମାଚଳ ବୁଲି ଆସୁଥିବା ଲୋକଙ୍କ ଲାଗି ଖୁସି ଖବର, ସରକାରୀ ହୋଟେଲରେ ରହିଲେ ମିଳୁଛି ୫୦%  ରିହାତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.