ଭୁବନେଶ୍ବର ୬|୭: ପାଟଣାଗଡ଼ ବିଧାୟକ ସରୋଜ ମେହରଙ୍କ ଜାମିନ୍ ଆବେଦନର ଆଜି ଶୁଣାଣି କରିବେ ଭୁବନେଶ୍ବର ଏଡିଜେ କୋର୍ଟ । ପୂର୍ବ ନିର୍ଦେଶ ମୁତାବକ କୋର୍ଟ ଗତକାଲି ଝାରପଡ଼ା ଜେଲରୁ ଭିଡିଓ କନ୍ ଫରେନ୍ସିଂ ଜରିଆରେ ବିଧାୟକଙ୍କ ଜାମିନ୍ ଆବେଦନର ଶୁଣାଣି କରିଥିଲେ । ଏହି ସମୟରେ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପୂର୍ତ୍ତ ବିଭାଗ ଜେଇ ଓ ତାଙ୍କ ପତ୍ନୀ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ । ଜେଇଙ୍କୁ ଉଠବସ୍ ଘଟଣାରେ ଗିରଫ ହୋଇ ପ୍ରଥମେ ପାଟଣାଗଡ଼ ଜେଲ୍ ଓ ପରେ ଝାରପଡ଼ା ଜେଲରେ ଅଛନ୍ତି ବିଧାୟକ ସରୋଜ ମେହେର୍ । ତେବେ ଆଜି ଜଣାପଡ଼ିବ ବିଧାୟକଙ୍କୁ ବେଲ୍ ମିଳିବ ନା’ ପୁଣି ଯିବାକୁ ପଡ଼ିବ ଜେଲ୍ ତାହା ଶୁଣାଣି ପରେ ଜଣାପଡିବ ।
ଶାହ ଫୁଙ୍କିଲେ ରଣତୂରୀ, ସୋନପୁରକୁ ପ୍ରଥମେ କାହିଁକି ବ...