କଳ୍ପନା ଦାଶ ଓ ତାଙ୍କ ଝିଅ ହତ୍ୟାକାଣ୍ଡ ମାମଲା : ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ଅନ୍ତରୀଣ ଜାମିନ

Published By : Prameya-News7 Bureau | October 16, 2020 IST

ଝାରସୁଗୁଡା ୧୬।୧୦: ପୂର୍ବତନ ବିଧାୟକ ଅନୁପ କୁମାର ସାଏଙ୍କୁ ବିଲାସପୁର ହାଇକୋର୍ଟରୁ ସାମୟିକ ଆଶ୍ବସ୍ତି ମିଳିଛି । ସ୍ବାସ୍ଥ୍ୟଗତ କାରଣ ପାଇଁ ଆସନ୍ତା ୨୫ ନଭେମ୍ବର ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଥିବା ଅନୁପ ସାଏ ୨୦୧୬ରେ ଏକ ଡବଲ ମର୍ଡର ଘଟଣାରେ ତାଙ୍କ ସଂପୃକ୍ତି ଅଭିଯୋଗରେ ଛତିଶଗଡ଼ ପୋଲିସ ତାଙ୍କୁ ଗତ ଫେବ୍ରୁଆରୀ ୧୩ ତାରିଖରେ ଗିରଫ କରିଥିଲା ।

କଳ୍ପନା ଦାଶ ଓ ତାଙ୍କ ଝିଅ ପ୍ରଭାତୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଅନ୍ତରୀଣ ଜାମିନ ଦେବା ପରେ ଏବେ ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଖବର ମିଳିଛି । ଗତ ସେପ୍ଟେମ୍ବର ୨୫ ତାରିଖରେ ଅନୁପ ସାଏଙ୍କୁ ଜାମିନ ମିଳିଥିବା ଜଣାଯାଇଛି । ଅନୁପଙ୍କ ପରିବାର ପକ୍ଷରୁ ଜାମିନ ସୂଚନା ଦିଆଯିବା ସହ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୁହାଯାଇଛି । ଏହି ମାମଲାରେ ଅନୁପଙ୍କ ସହ ଗିରଫ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଜାମିନ ମିଳିନାହିଁ ।

କଳ୍ପନା ଦାଶ ଓ ତାଙ୍କ ଝିଅ ପ୍ରଭାତୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଛତିଶଗଡ଼ ରାଜ୍ୟର ରାୟଗଡ଼ ସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ଗତ ଫେବୃଆରୀ ୧୩ ଜାମିନ ନାମଞ୍ଜୁର ହେବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲ ଯାଇଥିଲେ । ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅନ୍ତର୍ଗତ ବଙ୍ଗୁରସିଆ ନିକଟରେ ଘଟିଥିବା ଡବଲ ମର୍ଡର ଘଟଣାରେ ଛତିଶଗଡ଼ ପୋଲିସ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିବା ବେଳେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ମଧ୍ୟ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.