ସମ୍ୱଲପୁର ଓକିଲ ଆନ୍ଦୋଳନ: ଗିରଫ ୧୪ ଆଇନଜୀବିଙ୍କ ଜାମିନ ଆବେଦନ ଖାରଜ
16/12/2022 at 10:52 PM

ସମ୍ୱଲପୁର ୧୭/୧୨: ସମ୍ବଲପୁର ଓକିଲ ଆନ୍ଦୋଳନରେ ଗିରଫ ଓକିଲଙ୍କ ମଧ୍ୟରୁ ଶୁକ୍ରବାର ୧୪ଜଣ ଓକିଲଙ୍କ ଜାମିନ ଆବେଦନ ଖାରଜ। ସମ୍ବଲପୁର ଏସଡିଜେଏମ୍ କୋର୍ଟ ଓକିଲଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଏନେଇ ଗିରଫ ଓକିଲଙ୍କ ଆଇନଜୀବି ରଞ୍ଜନ ଶର୍ମା ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ୨୩ ଓକିଲଙ୍କ ମଧ୍ୟରୁ ୧୪ ଓକିଲଙ୍କ ପାଇଁ ଶୁକ୍ରବାର ଓକିଲ ରଞ୍ଜନ ଶର୍ମା ଜାମିନ ଆବେଦନ କରିଥିଲେ।
ଆବେଦନ କରାଯାଇଥିବା ସମସ୍ତ ଓକିଲଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଫଳରେ ଆସନ୍ତାକାଲି ବା ଶନିବାର ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଜାମିନ ଆବେଦନ କରାଯିବ ବୋଲି ରଞ୍ଜନ ଶର୍ମା କହିଛନ୍ତି। ସୂଚନାଥାଉକି, ସମ୍ବଲପୁର ବାର୍ର ସମସ୍ତ ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବାବେଳେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି।
Related Posts
ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜାବନ ବଞ୍ଚାଇବାକୁ ଦୌଡିଲେ ଲୋକେ
8 February 2023
ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
8 February 2023
ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ
8 February 2023
କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
8 February 2023