Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣ ପ୍ରସଂଗ: ଇମ୍ଫା ଅଧିକାରୀଙ୍କୁ ପୋଲିସର ୪ ଘଣ୍ଟା ଜେରା, ୨୪ ତାରିଖରେ ଦାଖଲ କରିବେ ଦସ୍ତାବିଜ

19/09/2018 at 6:20 PM

ପୁରୀ ୧୯|୯: ଚିଲିକା, ପୁରୀ ଓ କୋଣାର୍କର ନିଷିଦ୍ଧାଞ୍ଚଳରେ ହେଲିକପ୍ଟର୍ ଉଡ଼ାଇବା ମାମଲାରେ ତଦନ୍ତ ଅଧିକାରୀଙ୍କ ଆଗରେ ହାଜର ହେଲେ ଇମ୍ଫା ଅଧିକାରୀ । ଇମ୍ଫାର ୫ ଜଣ ଅଧିକାରୀ ପୁରୀ ଯାଇ ତଦନ୍ତ ଅଧିକାରୀଙ୍କ ଆଗରେ ହାଜର ହୋଇଛନ୍ତି । ହେଲେ ପୋଲିସ୍ ନୋଟିସ୍ ଖାତିର୍ କଲେନି ବୈଜୟନ୍ତ ପଣ୍ଡା କିମ୍ବା ତାଙ୍କ ସହ ହେଲିକପ୍ଟରରେ ଉଡ଼ିଥିବା ଦୁଇ ଅଣ ଓଡ଼ିଆ ସହଯାତ୍ରୀ ।
ଅଣ ଓଡ଼ିଆ ସହଯାତ୍ରୀଙ୍କୁ ଧରି ଚିଲିକା, ପୁରୀ ଓ କୋଣାର୍କର ନିଷିଦ୍ଧାଞ୍ଚଳରେ ବୈଜୟନ୍ତ ଉଡ଼ିଲେ । ହେଲେ ତାଙ୍କ ପାଇଁ ପୋଲିସ୍ ପାଖରେ ହାଜର ହେଲେ ଇମ୍ଫା ଅଧିକାରୀ । ବୈଜୟନ୍ତ ଓ ତାଙ୍କ ଦୁଇ ଅଣ ଓଡ଼ିଆ ସହଯାତ୍ରୀ ଅଭିଜିତ ଆୟାର୍ ମିତ୍ର ଏବଂ ଆରତୀ ଟିକୁ ସିଂହଙ୍କ ପାଇଁ ପୋଲିସ୍ ଆଗରେ ହାଜର ହୋଇଛନ୍ତି ଇମ୍ଫାର ୫ ଅଧିକାରୀ । ପୁରୀ ଯାଇ ତଦନ୍ତ ଅଧିକାରୀଙ୍କ ଆଗରେ ହାଜର ହୋଇ ବୟାନ ଦେଇଛନ୍ତି ଇମ୍ଫାର ଏଭିଏସନ୍ ମ୍ୟାନେଜର୍ ହିମାଂଶୁ ମହାପାତ୍ର, ଲିଗାଲ୍ ଆଡଭାଇଜର୍ ଶୁଭେନ୍ଦୁ ମହାପାତ୍ର ଏବଂ ଆଉ ୩ ଅଧିକାରୀ । କାହିଁକି ଓ କେଉଁ ପରିସ୍ଥିତିରେ ନିଷିଦ୍ଧାଞ୍ଚଳରେ ହେଲିକପ୍ଟର୍ ଉଡ଼ିଲା, ସେନେଇ ତଦନ୍ତ ଅଧିକାରୀମାନେ ଏମାନଙ୍କୁ ପଚରା ଉଚରା କରିଛନ୍ତି । ତେବେ ଯେଉଁ ସମୟରେ ହେଲିକପ୍ଟରଟି ଚିଲିକା ଉପରେ ଉଡୁଥିଲା ବୋଲି ପୋଲିସ୍ ଦର୍ଶାଇଛି, ସେ ସମୟରେ ତାହା ଅନ୍ୟ ସ୍ଥାନରେ ଥିବା କହିଛନ୍ତି ଇମ୍ଫା କର୍ତ୍ତୃପକ୍ଷ ।

ବୈଜୟନ୍ତ ବ୍ୟବହାର କରିଥିବା ହେଲିକପ୍ଟର୍ ଇମ୍ଫାର । ତେଣୁ ବୈଜୟନ୍ତ ଓ ତାଙ୍କ ଦୁଇ ସହଯାତ୍ରୀଙ୍କ ସମେତ ଇମ୍ଫା କର୍ତ୍ତୃପକ୍ଷଙ୍କୁ ଗତକାଲି ହାଜର ହେବାକୁ ପୁରୀ ପୋଲିସ୍, ବୁଧବାର ନୋଟିସ୍ ଜାରି କରିଥିଲା । ଅରଖୁଦ ମେରାଇନ୍ ପୋଲିସ୍ ଷ୍ଟେସନରେ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଏତଲା ଆଧାରରେ ପୁରୀ ପୋଲିସ୍ ନୋଟିସ୍ ଜାରି କରିଥିଲା । କିନ୍ତୁ ଗତକାଲି କେହି ହାଜର ହେଲେନି । ଫଳରେ ତଦନ୍ତ ଅଧିକାରୀଙ୍କୁ ଇମ୍ଫା ଅଫିସ୍ ଆସିବାକୁ ପଡ଼ିଥିଲା । ପୁଣି ଯାଇ ହାଜର ହେବାକୁ ତାଗିଦ୍ କରିବା ପରେ ଆଜି ଇମ୍ଫାର ୫ ଜଣ ଅଧିକାରୀ ବାଧ୍ୟ ହୋଇଥିଲେ ଯିବାକୁ । ପୁରୀ ସଦର ଥାନାରେ ଏସଡିପିଓ ସୁଶୀଲ ମିଶ୍ର ଓ ତଦନ୍ତ ଅଧିକାରୀ ଗୌରାଙ୍ଗ ପୃଷ୍ଟି ଏମାନଙ୍କୁ ପ୍ରାୟ ୪ ଘଣ୍ଟା ଜେରା କରିଛନ୍ତି । ୨୪ ତାରିଖରେ ଆବଶ୍ୟକ କାଗଜପତ୍ର ଓ ଦସ୍ତାବିଜ୍ ସହ ପୁଣି ଥରେ ଆସିବାକୁ କୁହାଯାଇଛି ।
ବାଇଟ- ସୁଶୀଲ ମିଶ୍ର, ଏସଡିପିଓ, ପୁରୀ ସଦର

ଭୁବନେଶ୍ବରରୁ କେନ୍ଦ୍ରାପଡ଼ା ଯିବାକୁ ଅନୁମତି ଆଣି ଗତ ୧୫ ତାରିଖରେ ଚିଲିକା, ପୁରୀ ଓ କୋଣାର୍କର ନିଷିଦ୍ଧାଞ୍ଚଳରେ ଅଣ ଓଡ଼ିଆ ସହଯାତ୍ରୀଙ୍କୁ ଧରି ଉଡ଼ିଥିଲେ ବିଜେଡିର ବହିଷ୍କୃତ ନେତା ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ୫ ଶହ ଫୁଟ ମଧ୍ୟରେ ହେଲିକପ୍ଟର୍ ଉଡ଼ାଇ ଚିଲିକାରେ ପର୍ଯ୍ୟଟକ, ଜୀବଜନ୍ତୁ ଏବଂ ପକ୍ଷୀମାନଙ୍କୁ ଡରାଇ ଦେଇଥିଲେ । ପୁଣି ପୁରୀ ଓ କୋଣାର୍କ ଉପରେ ମଧ୍ୟ ଅନୁରୂପ ଉଡ଼ାଣ କରିଥିଲେ ।

   Related Posts