ଚିଲିକା ଉପରେ ହେଲିକପ୍ଟର ଉଡାଇବା ଘଟଣାରେ ବୈଜୟନ୍ତଙ୍କୁ ମିଳିନି କ୍ଲିନଚିଟ୍, ବରଂ ବଢୁଛି ଅଡୁଆ
27/10/2018 at 6:15 PM

ଭୁବନେଶ୍ବର୨୭|୧୦: ବିବାଦୀୟ ହେବାରେ ଲାଗିଛି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବେଆଇନ ହେଲିକପ୍ଟର୍ ଉଡ଼ାଣ ପ୍ରସଙ୍ଗ । DGCAଙ୍କ ରିପୋର୍ଟ ଉପରେ ପୋଲିସ ପ୍ରଶ୍ନ ଉଠାଇବା ପରେ, ବୈଜୟନ୍ତଙ୍କ ପାଇଁ ଅଡୁଆ ଆହୁରି ବଢିଛି । ଚିଲିକାର କେତେ ଉପରେ ସାଂସଦ ହେଲିକପ୍ଟର୍ ଉଡ଼ାଇଥିଲେ, ସେନେଇ ରିପୋର୍ଟରେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ଦିଆଯାଇନି । ଯେଉଁଥି ପାଇଁ DGCAଙ୍କୁ ଆଉ ଥରେ ରିପୋର୍ଟ ମାଗିଛି ପୁରୀ ପୋଲିସ । ସେପଟେ ଘଟଣାକୁ ନେଇ ଜୋର୍ ହୋଇଛି ରାଜନୈତିକ ବୟାନ ବାଜି ।
ବଡୁଛି ବେଆଇନ ଉଡାଣ ବିବାଦ । DGCAଙ୍କ ରିପୋର୍ଟକୁ ନେଇ ଉଠିଛି ପ୍ରଶ୍ନ । DGCA ଦେଇଥିବା ରିପୋର୍ଟ ଉପରେ ଆପତ୍ତି ଉଠାଇଛି ପୋଲିସ । ଚିଲିକା ଉପରେ କେଉଁ ସମୟରେ ଏବଂ କେତେ ଉଚ୍ଚରେ ବୈଜୟନ୍ତ ହେଲିକପଟର ଉଡାଇଥିଲେ ସେନେଇ ରିପୋର୍ଟରେ କିଛି ତଥ୍ୟ ନାହିଁ । ତେଣୁ ରିପୋର୍ଟକୁ ଗ୍ରହଣ କରିନି ପୁରୀ ପୋଲିସ । ଡିଜିସିଏଙ୍କୁ ଆଉ ଥରେ ରିପୋର୍ଟ ମାଗିବ ପୁରୀ ପୋଲିସ । ଚିଲିକାରୁ କେତେ ଉପରେ ଏବଂ କେଉଁ ସମୟରେ ହେଲିକପ୍ଟର୍ ଉଡୁଥିଲା, ସେ ସଂକ୍ରାନ୍ତ ତଥ୍ୟ ଦେବାକୁ ଡିଜିସିଏକୁ ପୁଣି ଚିଠି ଲେଖିବ ପୁରୀ ପୋଲିସ୍ ବୋଲି ପୁରୀ ଏସପି ସାର୍ଥକ ଷଢଙ୍ଗୀ କହିଛନ୍ତି ।
ବେଆଇନ ଉଡାଣକୁ ନେଇ ଥିଲା ବିବାଦ । ଡିଜିସିଏ ରିପୋର୍ଟ ଆଧାରରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଉଥିଲା । ତେବେ ରିପୋର୍ଟରେ ପୋଲିସ ମାଗିଥିବା ତଥ୍ୟ, କାହିଁକି ଡିଜିସିଏ ଦେଇନାହାନ୍ତି ? ଚିଲିକା ଉପରେ ଉଡାଣର ଉଚ୍ଚତା ଓ ସମୟ ନଥାଇ ଏହାକୁ କ୍ଲିନ୍ ଚିଟ୍ କୁହାଯିବ କି ? ଏବେ ଏମିତି ସବୁ ପ୍ରଶ୍ନ ଉଠୁଛି । ସେପଟେ ଘଟଣାକୁ ନେଇ ଜୋର୍ ହୋଇଛି ରାଜନୈତିକ ବୟାନ ବାଜି ।
ଡିଜିସିଏ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଉଥିବା ପୋଲିସ, ଏହେ ହ୍ୟାଙ୍ଗରକୁ ଖୋଲିଯିବା ନେଇ ତର୍ଜମା କରୁଛି । କିନ୍ତୁ ଡିଜିସିଏଙ୍କ ସମ୍ପୂର୍ଣ୍ଣ ରିପୋର୍ଟ ନ ଆସିବା ଯାଏଁ, ବିବାଦକୁ ଆସିଥିବା ହେଲିକ୍ୟାପଟର ଜବତ ହୋଇ ରହିବ ।