ପୁଟିନଙ୍କ ସହ କଥା ହେବାକୁ ପ୍ରସ୍ତୁତ ବାଇଡେନ: ’ଯଦି ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଚାହୁଛନ୍ତି’...

Published By : Prameya-News7 Bureau | December 02, 2022 IST

ନୂଆଦିଲ୍ଲୀ, ୨/୧୨: ଋଷକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଋଷ ରାଷ୍ଟ୍ରପତିଙ୍କ ସହ କଥା ହେବା ନେଇ ସଙ୍କେତ ଦେଇଛନ୍ତି ବାଇଡେନ। ଏହା ସହ ସେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ଗୁରୁବାର ବାଇଡେନ କହିଛନ୍ତି ଯେ ଯଦି ଋଷ ପ୍ରକୃତରେ ଯୁଦ୍ଧ ସମାପ୍ତ କରିବାକୁ ଚାହୁଛନ୍ତି ତେବେ​‌ ସେ ପୁଟିନଙ୍କ ସହ କଥା ହେବାକୁ ପ୍ରସ୍ତୁତ। ବାଇଡେନ୍ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ହ୍ବାଇଟ୍ ହାଉସ୍‌ରେ ୟୁକ୍ରେନ ଉପରେ ଏକ ମିଳିତ ବୟାନ ଜାରି କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ରାଷ୍ଟ୍ରପତି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ତେବେ ଏଠାରେ ଧ୍ୟାନ ଦେବା କଥା ଯେ ଯେବେଠୋରୁ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଛି ସେବେଠାରୁ ବାଇଡେନ ପୁଟିନ୍‌ଙ୍କ କଥାବାର୍ତ୍ତାକୁ ବିରୋଧ କରିଆସୁଛନ୍ତି। କିନ୍ତୁ ଏହା ପ୍ରଥମ ଥର ଯେତେବେଳେ ଋଷ ନେତାଙ୍କ ସହ କଥାବାର୍ତ୍ତା ପାଇଁ କହିଛନ୍ତି।

ବାଇଡେନ ଆଗକୁ କହିଛନ୍ତି ଯେ ପୁଟିନ୍‌ଙ୍କ ସହ କଥା ହେବାକୁ ପ୍ରସ୍ତୁତ ଯଦି ସେ ପ୍ରକୃତ​‌ରେ ଯୁଦ୍ଦ ସମାପ୍ତ କରିବାକୁ ଚାହୁଛନ୍ତି। ଅବଶ୍ୟ ବାଇଡେନ କହିଛନ୍ତି ଯେ ଯେ କେବଳ ନାଟୋ ସହଯୋଗୀଙ୍କ ସହ ପରାମର୍ଶ ପରେ ଏଭଳି କିଛି କରିବେ। ଏହା ସହ ସେ କହିଛନ୍ତି ଯେ ସେ ଏଭଳି କିଛି କରିବେନି ଯାହାଦ୍ବାରା ୟୁକ୍ରେନବାସୀଙ୍କ ହିତକର ନହେବ।

ସେହିଭଳି ବାଇଡେନ୍ ଏବଂ ମାକ୍ରନ ଉଭୟ ୟୁକ୍ରେନ୍‌କୁ ଦୀର୍ଘକାଳୀନ ସମର୍ଥନ ଦେବା ପାଇଁ କହିଛନ୍ତି। ବାଇଡେନ କହିଛନ୍ତି ଏହି ଯୁଦ୍ଧକୁ ସମାପ୍ତ କରିବା ପାଇଁ ଏହା ଏକ ଉପାୟ ଯେ ପୁଟିନ୍ ୟୁକ୍ରେନରୁ ବାହାରକୁ ବାହାରନ୍ତୁ। କିନ୍ତୁ ତାଙ୍କର ଏଭଳି କୌଣସି ଉଦ୍ଦେଶ୍ୟ ନାହିଁ।। ସେ ଯାହା ବି କରୁଛନ୍ତି ତାହା ଖରାପ। ସେ ଲଗାତାର ହସ୍ପିଟାଲ ଏବଂ ଘରକୁ ଟର୍ଗେଟ କରୁଛନ୍ତି। ଯାହା ଯୋଗୁଁ ଲକ୍ଷ ଲକ୍ଷ ପିଲା ପ୍ରଭାବିତ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.