Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ବାହୁଡା ପ୍ରସ୍ତୁତି, ଆଜ୍ଞାମାଳ ବିଜେ ପରେ ଦକ୍ଷିଣମୋଡ଼ ନେବ ତିନି ରଥ

6/07/2022 at 8:32 AM

ପୁରୀ ୦୬।୦୭: ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଲୀଳାଖେଳା। ଶନିବାର ବାହୁଡାଯାତ୍ରା । ଶରଧାବାଲିରୁ ସିଂହଦ୍ବାରକୁ ଗଡ଼ିବ ତିନି ରଥ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

ସେହିପରି ଆଜି ତିନି ରଥର ଦକ୍ଷିଣ ମୋଡ଼ ହେବ । ଗୁଣ୍ଡିଚା ମନ୍ଦିରରେ ଦ୍ବିପହରର ଧୂପ ପରେ ରଥ ଦକ୍ଷିଣମୋଡ଼ ନିମନ୍ତେ ମହାପ୍ରଭୁଙ୍କ ଆଜ୍ଞା ମାଳ ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାର ରଥ ଚକଡାକୁ ବିଜେ କରିବେ । ଘଣ୍ଟା କାହାଳୀ ବାଜେଣି ସହ ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବ । ତିନି ରଥ ନାକଚଣା ଦ୍ବାର ସାମ୍ନା ଶରଧାବାଲିରେ ବାହୁଡା ଯାତ୍ରା ନିମନ୍ତେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିବେ । ଏହା ପୂର୍ବରୁ ମଙ୍ଗଳବାର ତାଳଧ୍ବଜ ଓ ଦେବୀ ରଥର ମରାମତି ସରିଛି ।

ପ୍ରଥା ଓ ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପର ଦିନ ଅର୍ଥାତ ଆଜି ତିନି ରଥର ଦକ୍ଷିଣମୋଡ କରାଯିବ। ମଙ୍ଗଳବାର ପବିତ୍ର ହେରାପଞ୍ଚମୀ ଅବସରରେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣି ରାଗ ତମତମ ହୋଇ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି।


   Related Posts