oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

‘ବାହୁବଳୀ’ ଫିଲ୍ମର ନିର୍ଦ୍ଦେଶକଙ୍କ ସମେତ ପୁରା ପରିବାର କରୋନା ସଂକ୍ରମିତ

31/07/2020 at 12:12 PM

ଚେନ୍ନାଇ୩୧/୦୭: ‘ବାହୁବଳୀ’ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜମୌଳି ଏବଂ ତାଙ୍କ ପରିବାର କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କଠାରେ କୌଣସି ଲକ୍ଷଣ ନ ଥିବାରୁ ସମସ୍ତେ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ଆଶା କରାଯାଉଛି । ରାଜମୌଲି ଏ ବାବଦରେ ଟ୍ୱିଟ୍‌ କରି ଜଣାଇଛନ୍ତି । ଏହାପରେ ଅଭିନେତା ମହେଶ ବାବୁଙ୍କ ସମେତ ଅନେକ ଟଲିଉଡ୍‌ ସେଲିବ୍ରିଟି ଟ୍ୱିଟ୍‌ କରି ରାଜମୌଳିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଦକ୍ଷିଣ ସିନେ ଜଗତରେ ଅନେକ ହିଟ୍‌ ଚଳଚ୍ଚିତ୍ର ଭେଟିଦେଇଥିବା ରାଜମୌଳି ଟ୍ୱିଟ୍‌ କରି କହିଛନ୍ତି, କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ନିଜ ପରିବାର ଲୋକଙ୍କ ସହ ସେ ହୋମ୍‌ କ୍ୱାରେଣ୍ଟାଇନ୍‌ ରହିଛନ୍ତି ।

ସେମାନଙ୍କଠାରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ନାହିଁ । ନେଗେଟିଭ୍‌ ରିପୋର୍ଟ ଆସିବା ପରେ ସେ ଅନ୍ୟମାନଙ୍କ ପାଇଁ ପ୍ଲାଜ୍‌ମା ଦାନ କରିବେ । ଏହି ପ୍ରସିଦ୍ଧ ନିର୍ଦ୍ଦେଶକ ଜଣକ ଆହୁରି କହିଛନ୍ତି, କିଛିଦିନ ତଳେ ପରିବାରର ସମସ୍ତ ସଦସ୍ୟଙ୍କୁ ହାଲୁକା ଜ୍ୱର ହୋଇଥିଲା । ପରେ ଏହି ଜ୍ୱର ଆପେ ଭଲ ହୋଇଯାଇଥିଲା । ଏହାପରେ ସମସ୍ତେ କରୋନା ଟେଷ୍ଟ କରାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ନମୁନା ରିପୋର୍ଟ ପଜିଟିଭ୍‌ ଆସିବା ପରଠାରୁ ସମସ୍ତେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା କାହାଠାରେ ସଂକ୍ରମଣର ଲକ୍ଷଣ ଦେଖିବାକୁ ମିଳିନାହିଁ । କରୋନା କବଳରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିବା ପରେ ସମସ୍ତେ ପ୍ଲାଜ୍‌ମା ଦାନ କରିବେ ବୋଲି ରାଜମୌଳି ପ୍ରତିଶ୍ରୁତି ଦେଇଛନ୍ତି । ରାଜାମୌଳି ଆହୁରି କହିଛନ୍ତି, ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରତ୍ୟେକ କୋଭିଡ୍‌ ନିୟମକୁ ସେ ଓ ତାଙ୍କ ପରିବାର ଲୋକ ପାଳନ କରୁଛନ୍ତି । ସମସ୍ତେ ନିଜ ନିଜ କାମ କରୁଛନ୍ତି ।

ରାଜମୌଳି କରୋନା ଆକ୍ରାନ୍ତ ଥିବା ଜାଣିବା ପରେ ମହେଶ ବାବୁଙ୍କ ସମେତ ଆହୁରି ଅନେକ ସେଲିବ୍ରିଟି ଟ୍ୱିଟ୍‌ କରି ତାଙ୍କର ଆରୋଗ୍ୟ କାମନା କରିଛନ୍ତି । ରାଶି ଖନ୍ନା, ସୁଶାନ୍ତ, ପାୟଲ ଘୋଷ, ଜଗପତି ବାବୁ ଏବଂ ରାହୁଲ ଦେବଙ୍କ ଭଳି ତେଲୁଗୁ ସେଲିବ୍ରିଟି ରାଜମୌଳି ଏବଂ ତାଙ୍କ ପରିବାର ଲୋକଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । କରୋନା ସଂକ୍ରମଣରୁ ବାହାରିବା ପରେ ରାଜମୌଳି ଆଗାମୀ ଫିଲ୍ମ ‘ଆର୍‌ଆର୍‌ଆର୍‌’ ପାଇଁ ସୁଟିଙ୍ଗ୍‌ ଆରମ୍ଭ କରିଦେବେ । ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ କରୋନା ସଂକ୍ରମଣ ବଢ଼ିବା ଯୋଗୁ ଚଳଚ୍ଚିତ୍ରର ସୁଟିଙ୍ଗ୍‌ ଆରମ୍ଭ କରାଯାଇ ନାହିଁ । ଇତିମଧ୍ୟରେ ଏହାର ପରୀକ୍ଷାମୂଳକ ସୁଟିଙ୍ଗ୍‌ ଆରମ୍ଭ ନିମନ୍ତେ ରାଜମୌଳ ି ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହାକୁ ବାତିଲ କରାଯାଇଥିଲା ।

   Related Posts