Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାହାନଗା ଟ୍ରେନ୍‌ ଟ୍ରାଜେଡି; ରକ୍ତ ଦେବାକୁ ହସ୍ପିଟାଲରେ ଭିଡ଼, ଆଗେଇ ଆସିଲେ SOAର ୫୦୦ ଛାତ୍ର-ଛାତ୍ରୀ, ଦୁର୍ଘଟଣାସ୍ଥଳରେ ୪୫ ମୋବାଇଲ ସ୍ୱାସ୍ଥ୍ୟ ଟିମ୍

3/06/2023 at 12:44 AM

ସୋରୋ,୦୩/୦୬: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୦୦ରୁ ଅଧିକ ମୃତ ହୋଇଥିବା ସୂଚନା। ଆହୁରି ବଢ଼ିବାର ଆଶଙ୍କା ରହିଛି ତେବେ ଯେଉଁ ଆହତ ବା ଗୁରୁତର ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସେମାନଙ୍କୁ ରକ୍ତର ଆବଶ୍ୟକତା ପଡ଼ୁଥିବା ନେଇ ଡାକ୍ତରଖାନାର ଜଣେ ନର୍ସ ମେସେଜ୍‌ ଦେଇଥିଲେ। ଏହି ମେସେଜ ପରେ ବିଜୁଳି ବେଗରେ ଡାକ୍ତରଖାନାକୁ ଧାଇଁ ଆସିଥିଲେ ଆଖପାଖ ଅଞ୍ଚଳର ଲୋକ। ମାନବିକତାର ଜ୍ବଳନ୍ତ ଉଦାହରଣ ସାଜି ବାଲେଶ୍ବରର ଆଖପାଖ ଅଞ୍ଚଳରେ ପହଞ୍ଚିଛନ୍ତି ସଂଖ୍ୟାଧିକ ଲୋକ। ଏମିତି ଘଡିସନ୍ଧି ସମୟରେ ସୋଆ ବିଶ୍ଵ ବିଦ୍ୟାଳୟର ୫୦୦ ଛାତ୍ର-ଛାତ୍ରୀ ରକ୍ତଦାନ କରିବାକୁ ଆଗେଇ ଆସିଛନ୍ତି। ରକ୍ତ ଦେବାକୁ ପ୍ରସ୍ତୁତ ଥିବା ଛାତ୍ର-ଛାତ୍ରୀମାନେ କହିଛନ୍ତି।

କେବଳ ଯେ ବାଲେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଛନ୍ତି। କଟକ ବଡ଼ ଡାକ୍ତରଖାନାରେ ଲୋକଙ୍କର ରକ୍ତ ଦାନ କରିବା ପାଇଁ ଲମ୍ୱାା ଧାଡ଼ି ଲାଗିଥିଲା ବେଳେ ସୋଆର ବିଶ୍ୱବିଦ୍ୟାଳୟର ୫୦୦ ଛାତ୍ର ରକ୍ତ ଦାନ ପାଇଁ ପ୍ରସ୍ତୁତ ଅଛନ୍ତି। ଏମିତି ବିପଦ ସମୟରେ ସୋଆ ବିଶ୍ଵ ବିଦ୍ୟାଳୟର ଏମବିବିଏସ-ଇଞ୍ଜିନିୟରିଂ ଛାତ୍ର-ଛାତ୍ରୀ ଏବଂ କର୍ମଚାରୀ ସମେତ ୫୦୦ ଜଣ ରକ୍ତ ଦେବାକୁ ପ୍ରସ୍ତୁତ।

ଆହୁରି ପଢ଼ନ୍ତୁ: ବାହାନଗା ଟ୍ରେନ ଟ୍ରାଜେଡି: ୧୦୦ରୁ ଅଧିକ ମୃତ ଆଶଙ୍କା, ୪୦୦ରୁ ଅଧିକ ଆହତ

ସୂଚନାଥାଉକି, ବାହନାଗାଠାରେ ଶୁକ୍ରବାର ସନ୍ଧ୍ୟାରେ ପ୍ରଥମେ ହାଓ୍ଵଡ଼ା ଏକ୍ସପ୍ରେସ୍ ଏବଂ ମାଲଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ପୁଣି କରମଣ୍ଡଳ ଏକ୍ସପ୍ରେସ୍ ପଛ ପଟୁ ଆସିବାରୁ ଦୁର୍ଘଟଣା ଆହୁରି ଭୟାବହ ହୋଇଥିଲା। ଏଥିରେ କରମଣ୍ଡଳ ଏକ୍ସପ୍ରେସର ୧୫ଟି ବଗି ଲାଇନଚ୍ୟୁତ୍ ୭ଟି ବଗି କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଏବଂ ଓଡିଆରଏଫ ମିଶି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ଆହତଙ୍କୁ ସିଏଚସି, ଗୋପାଳପୁର ସିଏଚସି ଏବଂ ଖାଣ୍ଟାପାଡ଼ା ପିଏଚସି ପଠାଯାଇଛି। ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ାରୁ ମୋବାଇଲ ସ୍ବାସ୍ଥ୍ୟ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଆହୁରି ପଢ଼ନ୍ତୁ: କେତେ ଭୟଙ୍କର ଥିଲା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା: ଆହତ ଯାତ୍ରୀ ବଖାଣିଲେ ଦୁର୍ଘଟଣାର ଭୟାନକ ଦୃଶ୍ୟ

   Related Posts