Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାହାନଗା ଟ୍ରେନ ଟ୍ରାଜେଡ଼ି:  ମୃତ୍ୟୁ ସଂଖ୍ୟା ଉପରେ ପ୍ରଶ୍ନ ଉଠାଇଲେ ମମତା, ବୈଷ୍ଣବଙ୍କ ଇସ୍ତଫା ଦାବି କଲେ ରାହୁଲ

4/06/2023 at 10:14 PM

କୋଲକାତା/ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ଵରରେ ଘଟିଥିବା ଭୟାବହ ଦୁର୍ଘଟଣା ପରେ ବିରୋଧୀ କେନ୍ଦ୍ର ସରକାରଙ୍କ ଉପରେ ଶାଣିତ ସ୍ଵରରେ ନିଶାଣ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତ୍ୟୁ ସଂଖ୍ୟା ଉପରେ ପ୍ରଶ୍ନ ଉଠାଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସରକାରଙ୍କୁ ଘେରିଛନ୍ତି। ରାହୁଲ ଟୁଇଟ୍ କରି ଲେଖିଛନ୍ତି ୨୭୦ରୁ ଅଧିକ ମୃତ୍ୟୁ ପରେ ବି କେହି ଉତ୍ତରଦାୟୀ ନାହାନ୍ତି। ମୋଦୀ ସରକାର ଏମିତି ହୃଦୟ ବିଦାରକ ଦୁର୍ଘଟଣାରେ ନିଜ କର୍ତ୍ତବ୍ୟରୁ ବର୍ତ୍ତି ପାରିବ ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ରେଳ ମନ୍ତ୍ରୀଙ୍କଠୁ ଇସ୍ତଫା ନେବା ଉଚିତ୍।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଥିବା ବେଳେ କେନ୍ଦ୍ରର ତାଲିକାରେ ଏହି ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସେ ପ୍ରଶ୍ନ କରିଛନ୍ତି ଯେ, କରମଣ୍ଡଳ ପରି ଏକ୍ସପ୍ରେସ ଟ୍ରେନରେ ଆଣ୍ଟି କଲିଜନ ଡିଭାଇସ୍ କଣ ପାଇଁ ଲାଗି ନଥିଲା। ଏସିବି କାହିଁକ ଗଠନ କରାଯାଇଛି ? ଯଦି ଟ୍ରେନଗୁଡ଼ିକରେ ଡିଭାଇସ୍ ଲଗାଯିବ ନାହିଁ ତେବେ କଣ ଟ୍ରେନ ଆପେ ଆପେ ଅଟକିଯିବ।

ଏ ଖବର ପଢନ୍ତୁ- ବିନା ଟିକଟରେ ଯାତ୍ରା କରିଥିବା ଯାତ୍ରୀଙ୍କୁ ମଧ୍ୟ ମିଳିବ କ୍ଷତିପୂରଣ, ରେଳବାଇର ବଡ଼ ନିଷ୍ପତ୍ତି

ମମତା କହିଛନ୍ତି, ଆମେ ଅନେକ ଅଧିକାରୀଙ୍କ ସହିତ ମେଦିନିପୁରର ଏଡିଏମ, ଅନେକ ଅଧିକାରୀ, ୧୫୦ ଆମ୍ବୁଲାନ୍ସ ଏବଂ ୫୦ ବସ୍‌ ପଶ୍ଚିମବଙ୍ଗରୁ ଓଡ଼ିଶା ପଠାଇଲୁ। ହେଲେ କେନ୍ଦ୍ର ସରକାର କଥା ବେଶି କାମ କମ କରୁଛନ୍ତି। ପଶ୍ଚିମବଙ୍ଗର ୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୨ ଜଣଙ୍କ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ। ଏ ପର୍ଯ୍ୟନ୍ତଙ୍କ ଅଣ ସଂରକ୍ଷିତ ଟିକେଟ୍ କାଟି ଯାତ୍ରା କରୁଥିବା ଲୋକଙ୍କ ତାଲିକା ମିଳିନାହିଁ। ନେତା ଅମିତ୍ ମାଲଭିୟ ଟୁଇଟ୍ କରି ଦାବି କରିଥିଲେ ଯେ, ମମତା ବନାର୍ଜୀ ରେଳ ମନ୍ତ୍ରୀଙ୍କ କାର୍ଯ୍ୟକାଳରେ ୧୪୫୧ ଜଣଙ୍କ ମୃତ୍ୟୁ ଘଟିଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଦୁର୍ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ୨୭୦+ ମୃତ୍ୟୁ ପରେ ବି କେହି ଦାୟୀ ନୁହନ୍ତି ? ମୋଦୀ ସରକାର ଏମିତି ଭୟାନକ ଦୁର୍ଘଟଣାରୁ ନିଜ ଦାୟିତ୍ଵରୁ ପଳାୟନ କରି ପାରିବ ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ରେଳ ମନ୍ତ୍ରୀଙ୍କଠୁ ଇସ୍ତଫା ନେବା ଉଚିତ୍।

ସୂଚନାଯୋଗ୍ୟ, ବାଲେଶ୍ଵରର ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ(ସିବିଆଇ) ତଦନ୍ତ ସୁପାରିସ କରାଯାଇଛି। ରବିବାର ଭୁବନେଶ୍ଵରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖୋଦ୍ ଏହାର ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ରେଲଓ୍ଵେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ୍ କରାଯାଇଛି। କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଦାୟୀ ଏହାର ତଦନ୍ତ ହେବ। ଉଲ୍ଲେଖନୀୟ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି  ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି।

ଏ ଖବର ପଢନ୍ତୁ- ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ, ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବଡ଼ ଘୋଷଣା

   Related Posts