Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୃତକଙ୍କ ସମ୍ପର୍କୀୟଙ୍କୁ AIIMS ଆସିବାକୁ ପରାମର୍ଶ, ପୂର୍ବତଟ ରେଲୱେ ପକ୍ଷ‍ରୁ ସୂଚନା

7/06/2023 at 10:23 AM

ଭୁବନେଶ୍ୱର ୦୭।୦୬ : ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକ ମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱର ଏମ୍ସରେ ପହଞ୍ଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି l ୨୮୮ ଜଣ ମୃତକଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୨୦୫ ଜଣଙ୍କ ମୃତଦେହ ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନଙ୍କ ପରିଚୟ ଖୋଜିବା ପାଇଁ ଏବେବି କାର୍ଯ୍ୟ ଜାରି ରହିଛି ।

ତେବେ ଏପରି ପରିସ୍ଥିତିରେ ଭୁବନେଶ୍ବର ଏମ୍ସରେ ମୃତକଙ୍କ ପରିଚୟ ପହଞ୍ଚିବାକୁ ପୂର୍ବତଟ ରେଲୱେ ପକ୍ଷ‍ରୁ ସୂଚନା ଦିଆଯାଇଛି। ଭୁବନେଶ୍ବର ଏମ୍ସକୁ ୩୯ଟି ମୃତଦେହ ଅଣାଯାଇଛି। କ୍ୟାପିଟାଲ ହସ୍ପିଟାଲ, ସମ୍ ହସ୍ପିଟାଲ , କିମ୍ସ, ହାଇଟେକ ହସ୍ପିଟାଲ ଏବଂ ଆମ୍ରି ହସ୍ପିଟାଲରୁ ମୃତଦେହ ଗୁଡ଼ିକ ଅଣାଯାଇ ଏମ୍ସରେ ରଖାଯାଇଛି । ୩୯ଟି ମୃତଦେହକୁ କଣ୍ଟେନରରେ ରଖାଯାଇଛି। ୭୧ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

You Can Read :

   Related Posts