ବାହାନଗା ଟ୍ରେନ୍ ଟ୍ରାଜେଡି: ମନୁଷ୍ୟକୃତ ନୁହେଁ ବୈଷୟିକ ତ୍ରୁଟିରୁ ହୋଇଥିଲା ଦୁର୍ଘଟଣା

Published By : Prameya-News7 Bureau | July 04, 2023 IST

ଭୁବନେଶ୍ୱର ୦୪/୦୭: ବାହାନଗା ଟ୍ରେନ୍ ଟ୍ରାଜେଡି ମନୁଷ୍ୟକୃତ ନୁହେଁ । ବୈଷୟିକ ତ୍ରୁଟି ପାଇଁ ହୋଇଥିଲା ଦୁର୍ଘଟଣା । ତ୍ରୁଟିପୂର୍ଣ୍ଣ ସିଗନାଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ରେଳ ବିଭାଗର ଅନ୍ତରୀଣ ତଦନ୍ତ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଛି । ଯେଉଁଥିରେ ଏଥିରେ ସିଗନାଲିଂ ସର୍କିଟରେ ଅଦଳ ବଦଳ ପାଇଁ ଏଡ଼େ ବଡ଼ ଦର୍ଘଟଣା ଘଟିଥିବା ଦର୍ଶାଯାଇଛି ।

ଲେଭେଲ କ୍ରିସିଂ ଗେଟ୍ ନମ୍ବର ୯୪ ର ଇଲେକ୍ଟ୍ରିଂ ଲିଫ୍ଟିଙ୍ଗ ବ୍ୟାରିୟର ବଦଳ ବେଳେ ଏହି ତ୍ରୁଟି ହୋଇଛି । ଏହା ଯୋଗୁଁ କରମଣ୍ଡଳ ଏକ୍ସପ୍ରେସକୁ ତ୍ରୁଟିପୂର୍ଣ୍ଣ ସିଗନାଲ ମିଳିଥିଲା । ୨୦୧୫ ଓ ୨୦୧୮ ମସିହାରୁ ଏହି ବ୍ୟବସ୍ଥାର ଅପଗ୍ରେଡ୍ କାର୍ଯ୍ୟ ଜାରି ରହିଥିଲା । ରିପୋର୍ଟ ଅନୁସାରେ ସ୍କେଚ୍ ଓ ହୋଇଥିବା କାମ ମଧ୍ୟରେ ତାଳମେଳ ନଥିଲା । ଏହାକୁ କୌଣସି ବରିଷ୍ଠ ଅଧିକାରୀ ମଧ୍ୟ ତଦାରଖ କରିନଥିଲେ ।

ତଳିଆ କର୍ମଚାରୀଙ୍କ ସବୁ କିଛି ଛାଡ଼ି ଦେଇ ବେଫିକର ବସିଥିଲେ ରେଳ ବିଭାଗର ବଡ଼ ବାବୁମାନେ । ପୂର୍ବରୁ ଖଡ଼ଗପୁରରେ ଏଭଳି ତ୍ରୁଟି ସାମ୍ନାକୁ ଆସିଥିଲେ ମଧ୍ୟ ବାହାନଗା କ୍ଷେତ୍ରରେ କୌଣସି ଗୁରୁତ୍ବ ଦିଆଯାଇନଥିଲା । ରିପୋର୍ଟ ଅନୁସାରେ ସିଗନାଲିଂ ସୁଇଚ୍ ଅନ୍ କଲେ ଏହା କାର୍ଯ୍ୟକ୍ଷମ ହେବା ପାଇଁ ୭ରୁ ୧୫ ସେକେଣ୍ଡ ସମୟ ନେଇଥାଏ ।

wp:html /wp:html

ସେଦିନ କିନ୍ତୁ କରମଣ୍ଡଳ ଆସିବା ପୂର୍ବରୁ ସିଗନାଲ ସୁଇଚ୍ ଅନ୍ ହେବାର ୩୯ ସେକେଣ୍ଡ ପରେ ଲାଇଟ୍ ଜଳିଥିଲା । ସେହିଭଳି ଦୁର୍ଘଟଣାର କିଛି ସମୟ ପୂର୍ବରୁ ସୁଇଚ୍ ଟିପିବାର ୭ସେକେଣ୍ଡ ପୂର୍ବରୁ ଜଳିଥିଲା ଲାଇଟ୍ । ଅର୍ଥାତ୍ ଅସ୍ବାବିକତାକୁ ଦେଖି ପାରିନଥିଲେ ରେଲଓ୍ବେ ଅଧିକାରୀ । ଏ ସମସ୍ତ ତଥ୍ୟ ଟ୍ରେନ୍ ରେ ଥିବା ଡାଟା ଲଗରରେ ରେକର୍ଡ଼ ହୋଇଛି । ପ୍ଲେନ୍ ରେ ଯେଭଳି ବ୍ଲାକ ବକ୍ସ ଥାଏ ସେହିଭଳି ଟ୍ରେନ୍ ରେ ଥାଏ ଡାଟା ଲଗର । ଯେଉଁଥିରେ ସମସ୍ତ ତଥ୍ୟ ରେକର୍ଡ଼ ହୋଇଥାଏ । ଯେକୌଣସି ଦୁର୍ଘଟଣାରେ ଅକ୍ଷତ ଅବସ୍ଥାରେ ରହିଥାଏ ଏହି ଡାଟା ଲଗର ।

ସିଗନାଲିଂରେ ତ୍ରୁଟି ଯୋଗୁ ଅପ୍ ମେନ ଲାଇନର ସବୁତକ ସିଗନାଲ ଗ୍ରୀନ ହୋଇଯାଇଥିଲା। ଫଳରେ ଅପ ମେନ ଲାଇନରୁ ଅପ ଲୁପ୍ ଲାଇନକୁ ଥିବା କ୍ରସ ଓଭର କନେକ୍ସନ ଅପ ଲୁପ ଲାଇନକୁ ଚାଲିଯାଇଥିଲା। ତେଣୁ ଲୁପଲାଇନରେ କରମଣ୍ଡଳ ଏକ୍ସପ୍ରେସ ଯାଇଥିଲା। ତ୍ରୁଟି ପୂର୍ଣ୍ଣ ସିଗନାଲ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି ବର୍ତମାନ ସୁଦ୍ଧା ହୋଇଥିବା ତଦନ୍ତ ରିପୋର୍ଟରେ ସ୍ପଷ୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.