scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାହାନଗା ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ଓଡିଶାରୁ ଅଛନ୍ତି ୩୯ ମୃତକ

6/06/2023 at 6:54 PM

ଭୁବନେଶ୍ଵର: ବାଲେଶ୍ଵରର ବାହାନଗାରେ ଘଟିଥିବା ଭୟାନକ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ଘଟିଛି। ଗତକାଲି ଏହି ସଂଖ୍ୟା ୨୭୫ ରହିଥିବା ବେଳେ ସମସ୍ତ ପ୍ରକାରର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ହୋଇଛି। ମଙ୍ଗଳବାର ଏ ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ମୁଖ୍ୟ ସଚିବ ଏହି ସୂଚନା ଦେଇଛନ୍ତି। ସବୁଠୁ ବଡ଼ ଖବର ଏହା ଯେ, ମୃତକଙ୍କ ମଧ୍ୟରୁ ୩୯ ଜଣ ଓଡ଼ିଶାରୁ ଅଛନ୍ତି।

ମୁଖ୍ୟ ସଚିବ କହିଛନ୍ତି ବୁବନେଶ୍ଵରକୁ ୧୯୩ଟି ମୃତଦେହ ଅଣା ଯାଇଥିବା ବେଳେ ବାଲେଶ୍ଵରରେ ୯୪ଟି ମୃତଦେହ ପରିବାର ଲୋକଙ୍କୁ ଦିଆଯାଇଥିଲା। ଭୁବନେଶ୍ଵର ଆସିଥିବା ୧୯୩ଟି ମୃତଦେହରୁ ୧୧୦ଟି ମୃତଦେହ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୋଟ୍ ୨୮୮ଟି ମୃତଦେହରୁ ୨୦୫ଟି ଚିହ୍ନଟ କରାଯାଇଛି ହସ୍ତାନ୍ତର କରାଯାଇଛି। ଅବଶିଷ୍ଟ ୮୩ଟି ମୃତଦେହ ରଖାଯାଇ ସବୁର ଡିଏନଏ ସାମ୍ପଲ ରଖାଯାଇଛି।  ସେସବୁ ମୃତଦେହର ଦାବିଦାର ଆସିଲେ ଡିଏନ୍‌ଏ ମ୍ୟାଚିଂ କରି ହସ୍ତାନ୍ତର କରାଯିବ ।

Odisha Train Accident Live Updates | 151 Victims Identified As Train  Movement Resumes

ବାହାନଗା ଟ୍ରେନ ଟ୍ରାଜେଡିରେ ଓଡ଼ିଶାର ୩୯ ଜଣଙ୍କ ମୃତକ ଚିହ୍ନଟ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଭଦ୍ରକର ୮ଜଣ, ଯାଜପୁରର ୨ଜଣ, ବାଲେଶ୍ୱରର ୧୪ଜଣ, ମୟୁରଭଞ୍ଜର ୯ଜଣ, ଖୋର୍ଦ୍ଧାର ୨ଜଣ, କଟକର ୩ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି। ସେମାନଙ୍କ ଆତ୍ମୀୟଙ୍କ ପାଇଁ ଅନୁଦାନ ଘୋଷଣା ହୋଇଛି କରିଛନ୍ତି ରାଜ୍ୟ ସରକାର।୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୭ ଟି ଜିଲ୍ଲାର ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ ।

Odisha train tragedy: World leaders extend support to India, condole loss  of lives, injuries - India Today

ସୂଚନାଯୋଗ୍ୟ, ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଛି। ମଙ୍ଗଳବାର ବାହାନଗାରେ ସିବିଆଇ ଟିମ୍ ଛାନଭିନ୍ କରିଥିଲା। ସକାଳେ ସିବିଆଇ ଟିମ୍ ବାହାନଗାରେ ପହଞ୍ଚିବା ପରେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ସେମାନେ ଘଟଣାସ୍ଥଳ ବୁଲି ଦେଖିବା ସହ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ସହ ସେଣ୍ଟ୍ରାଲ ଫରେନସିକ୍ ଟିମ୍ ଥିଲେ । କେମିତି ହେଲା ଦୁର୍ଘଟଣା, ଏଥିପାଇଁ କିଏ ଦାୟୀ ତାର ଖୋଳତାଡ କରିଛନ୍ତି ଏହି ଟିମ୍ ।

ଏ ଖବର ପଢନ୍ତୁ- ରେଳ ଦୁର୍ଘଟଣା ଦେଇଛି ମାନସିକ ଆଘାତ; NDRF ଯବାନଙ୍କୁ ପାଣି ଦେଖାଯାଉଛି ରକ୍ତ ଭଳି, ଲାଗୁନି ଭୋକ

   Related Posts