ଆପାଚୀ ବଦଳରେ ଯୌତୁକରେ ମିଳିଲା ସ୍ପ୍ଲେଣ୍ଡର୍ ବାଇକ୍ : ବାହାଘର ଅଧାରୁ ଚାଲିଗଲା ବର, ଜୀବନ ହାରିଦେଲା କନିଆଁ

Published By : Prameya-News7 Bureau | May 20, 2022 IST

ନୂଆଦିଲ୍ଲୀ ୨୦/୦୫:   ଯୌତୁକରେ ଆପାଚୀ ଗାଡି ମାଗିଥିଲା ବର । ହେଲେ ମିଳିଲା ସ୍ପ୍ଲେଣ୍ଡର୍ । ରାଗିଯାଇ ବାହା ନହୋଇ ଚାଲିଗଲା ବର । ଦୁଃଖରେ ଆତ୍ମହତ୍ୟା କରିଦେଲା କନିଆଁ । ଏପରି ଅଭବାନୀୟ ଘଟଣା ସାମ୍ନାକୁ ଆସିଛି ଲକ୍ଷ୍ନୌର ନାରାୟଣପୁର ଗ୍ରାମରେ ।

ସୂଚନାନୁସାରେ, ନାରାୟଣପୁରରେ ରୁହନ୍ତି ଅମିତ କୁମାର । ତାଙ୍କ ଝିଆରୀ ସନ୍ଧ୍ୟାର ବିବାହ ସ୍ନେହ ନଗର ସ୍ଥିତ ଅମର ବାହାଦୁରଙ୍କ ସହ ସ୍ଥିର ହୋଇଥିଲା । ସନ୍ଧ୍ୟାଙ୍କ ପିତା ନଥିବାରୁ କାକା ଅମିତ ହିଁ ବିବାହ କରାଉଥିଲେ । ତାଙ୍କ ଆର୍ଥିକ ସ୍ଥିତି ବି ସେତେଟା ସ୍ୱଚ୍ଛଳ ନଥିଲା । ତେଣୁ ସେମାନେ ବର ପକ୍ଷରୁ ଦାବି ମୁତାବଲ ଆପାଚୀ ବାଇକ୍ ନଦେଇ ପାରି ହିରୋ ସ୍ପ୍ଲେଣ୍ଡର୍ ଦେବାକୁ ମନସ୍ଥ କରିଥିଲେ ।

ତେବେବ ହାତଗଣ୍ଠି ପଢିବାର ଠିକ୍ ପୂର୍ବରୁ ବର ଅମରଙ୍କ ନଜର ହିରୋ ସ୍ପ୍ଲେଣ୍ଡର ଉପରେ ପଡିଥିଲା । ଯାହା ଦେଖି ଅମର ରାଗିଯାଇଥିଲେ ଓ ବାହା ହେବାକୁ ରୋକଠୋକ ମନା କରିଥିଲେ । କନ୍ୟା ପକ୍ଷ ବିଳମ୍ବିତ ରାତି ଯାଏଁ ଅମରଙ୍କୁ ମନାଇଥିଲେ ବି ସେ ମାନିନଥିଲେ । ଶେଷରେ ବରଯାତ୍ରୀ ଧରି ଫେରି ଯାଇଥିଲେ । ଯାହାକୁ କନିଆଁ ଘର ଲୋକେ ବିରୋଧ ମଧ୍ୟ କରିଥିଲେ ।

ଏହି ଘଟଣା ପରେ ଚାପଗ୍ରସ୍ତ ହୋଇଯାଇଥିଲେ ସନ୍ଧ୍ୟା । ଏହାସହ ବେକରେ ରଶି ଲଗାଇ ଝୁଲି ପଡିଥିଲେ । ସନ୍ଧ୍ୟାଙ୍କ ଆତ୍ମହତ୍ୟା ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଥିଲେ । ଖବର ପାଇ ପୋଲିସ ପହଁଚି ସନ୍ଧ୍ୟାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ପୋଷ୍ଟ ମଟର୍ମ ରିପୋର୍ଟ ଆସିଲା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.