ତୈଳ ଡିପୋରେ ଅଗ୍ନିକାଣ୍ଡ , ନିଆଁ ଲିଭାଇବା ପାଇଁ ଲାଗିଛନ୍ତି ଅଗ୍ନିଶମ ବାହିନୀର ୪ଗାଡି
29/02/2020 at 5:41 PM

ଚେନ୍ନାଇ ୨୯।୦୨: ତୈଳ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତାମିଲନାଡୁର ମାଧବରାମ୍ ଅଞ୍ଚଳରେ ଥିବା ତୈଳ ଗୋଦାମରେ ନିଆଁ ଲାଗିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ଶନିବାର ଦିନ ହଠାତ୍ ମାଧବରାମ ଅଞ୍ଚଳରେ ଥିବା ତୈଳ ଡିପୋରେ ନିଆଁ ଲାଗିଯାଇଥିଲା । ତେବେ ଡିପୋରେ ନିଆଁ ଲାଗିବାର ଦେଖି ଶ୍ରମିକମାନେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲା । ପରେ ଉପରିସ୍ଥ ଅଧିକାରୀମାନେ ଅଗ୍ନିଶମ ବାହିନୀକୁ ଅଗ୍ନିକାଣ୍ଡ ନେଇ ଖବର ଦେଇଥିଲେ ।

ତୈଳ ଡିପୋରେ ନିଆଁ ଲାଗିବାର ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀର ୪ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ସମୟ ଗଡିବା ସହିତ ନିଆଁ ବ୍ୟାପିବାରେ ଲାଗିଛି । ପରିସ୍ଥିତିକୁ ଦେଖି ଅଧିକ ଅଗ୍ନିଶମ ଗାଡି ଡକାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବାର ସୂଚନା ମିଳିଛି ।