ବିହାର ବାଗମତି ନଦୀରେ ବୋଟ୍ ଟ୍ରାଜେଡି; ବୁଡ଼ି ଗଲା ଡଙ୍ଗା, ୬ ସ୍କୁଲ ପିଲା ନିଖୋଜ
14/09/2023 at 12:53 PM

ପାଟଣା: ବିହାରର ବାଗମତି ନଦୀରେ ବଡ଼ ଅଘଟଣା । ବୋଟ୍ ଟ୍ରାଜେଡି ଘଟିଥିବା ସୂଚନା ମିଳିଛି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡିଯାଇଛି । ଏହି ଦୁର୍ଘଟଣା ଗୟାଘାଟ ଥାନା ମଧରପଟ୍ଟୀ ଘାଟ ନିକଟରେ ହୋଇଛି । ୩୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବଡ଼ ଡଙ୍ଗା ବାଗମତି ନଦୀ ପାର୍ କରୁଥିବା ବେଳେ ଏହି ଅଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ୨୦ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୬ରୁ ଅଧିକ ପିଲା ଏପର୍ଯ୍ୟନ୍ତ ନିଖୋଜ ରହିଛି । ରେସକ୍ୟୁ ଟିମ୍, ସ୍ଥାନୀୟ ପ୍ରଶାସନ ଏବଂ ଅଗ୍ନିଶମ ବାହିନୀ ସ୍କୁଲଙ୍କ ଉଦ୍ଧାର କାର୍ଯ୍ୟରେ ନିଯୋଜିତ ହୋଇଛି ।
Related Posts
ଅଜରବୈଜାନରେ ହେଲା ନାଗୋର୍ଣ୍ଣୋ-କାରାବାଖ, ସରିଲା ୩୦ ବର୍ଷର ଯୁଦ୍ଧ
28 September 2023