Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଉପର ମୁଣ୍ଡରେ ବର୍ଷା ହେତୁ ବଢୁଛି ଜଳ ଧାରଣ କ୍ଷମତା, ସର୍ତକ ସୂଚନା ଜାରି କଲେ ବାଘଲଟି କର୍ତ୍ତୃପକ୍ଷ

10/09/2022 at 2:32 PM

ସାନଖେମୁଣ୍ଡି ୧୦/୦୯: ସର୍ତକ ସୂଚନା ଜାରି କଲା ବାଘଲଟି କର୍ତ୍ତୃପକ୍ଷ । ଉପର ମୁଣ୍ଡରେ ଲଘୁଚାପଜନିତ ବର୍ଷା ଯୋଗୁଁ ବାଘଲଟି ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ବାଘଲଟି ଜଳ ସେଚନ ଉପ ବିଭାଜନ ନୂଆପଡା ପକ୍ଷରୁ ବାହୁଦା ନଦୀ କୂଳିଆ ଅଞ୍ଚଳ ବାସୀଙ୍କୁ ଗାଁ ଗାଁ ବୁଲି ଡାକ ବାଜି ଦ୍ୱାରା ସତର୍କ କରାଯାଇଛି ।

ନଦୀ ଗର୍ଭକୁ ନ ଯିବା ଗୃହ ପାଳିତ ପଶୁକୁ ନ ଛାଡିବା ସୁରକ୍ଷିତ ସ୍ଥାନରେ ରହିବା ସର୍ତକ ସୂଚନା ଜାରି କରାଯାଇଛି । ଡ୍ୟାମର ଜଳ ଧାରଣ କ୍ଷମତା ୧୦୬ ମିଟର ରହିଥିବା ବେଳେ ବର୍ତ୍ତମାନ ୮୫ ପ୍ରତିଶତ ଅର୍ଥାତ ୧୦୪.୪ ମିଟର ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଲଘୁଚାପ ଜନିତ ଲଗାଣ ବର୍ଷା ଆଗକୁ ଆହୁରି ଦୁଇ ତିନି ଦିନ ହେବା ଆଶଙ୍କା କରାଯାଇଛି । ଡ୍ୟାମର ତିନୋଟି ଗେଟ ୮ ଇଞ୍ଚ ଖୋଲାଯାଇଛି ।

ନଦୀ ଗର୍ଭରେ ଜଳ ନିଷ୍କାସନ ହୋଇ ଜଳ ଧାରଣ କ୍ଷମତା କମିଲା ପରେ ଗେଟ ଗୁଡିକ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଗତକାଲି ଜିଲ୍ଲାର ସର୍ବାଧିକ ବର୍ଷା ୧୫୩mm ବାଘଲଟି ଉପର ମୁଣ୍ଡରେ ବର୍ଷା ରେକର୍ଡ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଚିକିଟି ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ସଂଜୀବ ଦାସ ଶର୍ମା ।

   Related Posts