ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଦାମୀ ପ୍ରବଚକଙ୍କ ସୂଚୀରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବାଗେଶ୍ୱର ଧାମ ସରକାର, ଜାଣନ୍ତୁ ତାଙ୍କଠୁ ମହଙ୍ଗା କିଏ?

5/02/2023 at 7:52 PM

  • ଧର୍ମଆଡକୁ ଲୋକଙ୍କ ଅଗ୍ରହ ବୃଦ୍ଧି ହୋଇଛି
  • ୨୦୨୧ ତୁଳନାରେ ୨୦୨୨ରେ ୧୮ ପ୍ରତିଶତ ଅଧିକ ପ୍ରବଚନ ହୋଇଥିଲା
  • କ୍ତଙ୍କ ସଂଖ୍ୟାରେ ଅଧିକ ୨୫ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଛି

ଭୋପାଲ ୫।୨: ମଧ୍ୟପ୍ରଦେଶରେ ଗତ ୬ ମାସରେ ୫୦୦ରୁ ଅଧିକ ପ୍ରବଚନ ହେଲାଣି। ଏହି ସବୁ ପ୍ରବଚନରେ ପଇସା ମଧ୍ୟ ସେପରି ଖର୍ଚ୍ଚ ହେଉଛି। ମାତ୍ର ୬ ମାସରେ ଏହି ସବୁ ପ୍ରବଚନ କାର୍ଯ୍ୟକ୍ରମ ଲାଗି ୧୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ମଧ୍ୟପ୍ରଦେଶରେ ସବୁଠୁ ମହଙ୍ଗା ପ୍ରବଚନ ସିହୋରର ପଣ୍ଡିତ ପ୍ରଦୀପ ମିଶ୍ରଙ୍କର ହୋଇଥିବା ବେଳେ ତାଙ୍କ ପଛକୁ ଆସୁଛନ୍ତି ବାଗେଶ୍ୱର ଧାମ ସରକାର ଆଚାର୍ଯ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ। ସେମାନଙ୍କ ପ୍ରବଚନ ବାବଦ ଖର୍ଚ୍ଚ କୋଟିଏରୁ ବଢି ଏବେ ଦୁଇ କୋଟି ଟଙ୍କାରେ ପହଞ୍ଚିଲାଣି।

ଉଲ୍ଲେଖଯୋଗ୍ୟ ଯେ କରୋନା କାଳ ପରଠାରୁ ଧର୍ମଆଡକୁ ଲୋକଙ୍କ ଅଗ୍ରହ ବୃଦ୍ଧି ହୋଇଛି। ଏଣୁ ୨୦୨୧ ତୁଳନାରେ ୨୦୨୨ରେ ୧୮ ପ୍ରତିଶତ ଅଧିକ ପ୍ରବଚନ ହୋଇଥିଲା। ଏହି ସମୟରେ ଭକ୍ତଙ୍କ ସଂଖ୍ୟାରେ ଅଧିକ ୨୫ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଛି। ଧାର୍ମିକ ପ୍ରବଚନରେ ଲୋକେ ବେସ୍ ଉତ୍ସାହର ସହ ପଇସା ଖର୍ଚ୍ଚ କରୁଛନ୍ତି। ଗତ ୬ ମାସରେ କେବଳ ଭୋପାଳ ଡିଭିଜନରେ ୫୦୦ ପ୍ରବଚନ ଅନୁଷ୍ଠିତ ହେଲାଣି। ଏଥିରେୁ ରାଜଧାନୀ ଭୋପାଲରେ ୨୦ଟି ପ୍ରବଚନ ହୋଇଥିବା ବେଳେ ଅଶୋକନଗରରେ ୧୦୦, ରାଜଗଡ଼ରେ ୧୫୦, ଗୁଣାରେ ୭୦, ସିହୋରରେ ୮୦, ରାୟସେନରେ ୫୦ ଓ ବିଦିଶାରେ ୨୦ଟି ପ୍ରବଚନ ସଭା ହୋଇଛି।

ଏହି ସବୁ ପ୍ରବଚନ ଲାଗି ଅଶୋକ ନଗରରେ ୩୦ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ ରାଜଗଡ଼ରେ ୩କୋଟି ୭୫ ଲକ୍ଷ, ଗୁଣାରେ ୨କୋଟି ୮୦ ଲକ୍ଷ, ସିହୋରରେ ୨ କୋଟି, ରାୟସେନରେ ୧୭ ଲକ୍ଷ ଓ ବିଦିଶାରେ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ସିହୋରର ପଣ୍ଡିତ ପ୍ରଦୀପ ମିଶ୍ର ଓ ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀଙ୍କ ପ୍ରବଚନ ସବୁଠୁ ମହଙ୍ଗା ପଡୁଛି। ଅଶୋକ ନଗରରେ ୧୯ରୁ ୨୫ ସେପ୍ଟେମ୍ବର ୨୦୨୨ରେ ପ୍ରବନଚ ହୋଇଥିଲା। ଏହି ପ୍ରବଚନକୁ ସାଂସଦ କେ.ପି.ମିଶ୍ର ପ୍ରଯୋଜନା କରିଥିଲେ। ସେ ଏହି ପ୍ରବଚନ ଲାଗି ୧ କୋଟି ୫୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରିଥିଲେ।

  • ଧିରେନ୍ଦ୍ର ଶାସ୍ତ୍ରୀଙ୍କ ପ୍ରବଚନରେ ସେ ୨ କୋଟି ଟଙ୍କା ର୍ଚ୍ଚ ହୋଇଥିଲା
  • ଜୟା କିଶୋରୀ ଜୀଙ୍କ ପ୍ରବଚନ ରେ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା
  • ପଣ୍ଡିତ ପ୍ରଦୀପ ମିଶ୍ରଙ୍କ ପ୍ରବଚନ ଲାଗି ସାଂସଦ କେ.ପି.ମିଶ୍ର ପ୍ରଯୋଜନା କରିଥିଲେ

ଏଠାରେ ୨୪ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବାଗେଶ୍ୱର ଧାମ ସରକାର ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ପ୍ରବଚନ ଅନୁଷ୍ଠିତ ହୋଇଥିଲା। ବିଧାୟକ ଜଜପାଲ ସିଂହ ଜଜ୍ଜି ଏହି ପ୍ରବଚନର ଆୟୋଜକ ଥିଲେ। ଧିରେନ୍ଦ୍ର ଶାସ୍ତ୍ରୀଙ୍କ ପ୍ରବଚନରେ ସେ ୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ସେହିପରି ଗତ ଦିନରେ ଭୋପାଳରେ ଅନୁଷ୍ଠିତ ହୋଇଥିବା ଜୟା କିଶୋରୀ ଜୀଙ୍କ ପ୍ରବଚନ ରେ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କୃଷିମନ୍ତ୍ରୀ କମଲ ପଟେଲ ତାଙ୍କ ନିର୍ବାଚନମଣ୍ଡଳିରେ ୭ରୁ ୧୩ ଡିସେମ୍ବର ପର୍ଯ୍ୟନ୍ତ ଶ୍ରୀମଦ ଭାଗବତ କଥା ଆୟୋଜନ କରିଥିଲେ। ଏଥି ପାଇଁ ଜୟା କିଶୋରୀ ଜୀଙ୍କୁ ପ୍ରବଚନ  ଦେବାକୁ ନିମନ୍ତ୍ରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଶେଷ ଦିନରେ ଗଣ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ପହଞ୍ଚିଥିଲେ।   

ସେହିପରି ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଖୁରାଇ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ଥର ବଡ ସ୍ତରର ଭାଗବତ କଥାର ଆୟୋଜନ କରିଥିଲେ। ପ୍ରବଚନ ଲାଗି କମଲ କିଶୋର ନାଗରଙ୍କୁ ଆମନ୍ତ୍ରଣ କରିଥିଲେ। ଏହି ପ୍ରବଚନ ତାଙ୍କ ନିର୍ବାଚନ ମଣ୍ଡଳିରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ପ୍ରବଚନ ୯ ରୁ ୧୫ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହା ଛଡା ଜଳସଂସାଧନ ବିଭାଗ ମନ୍ତ୍ରୀ ତୁଲସୀ ସିଲାବଟ, ପିଏଚଇ ରାଷ୍ଟ୍ରମନ୍ତ୍ରୀ ବ୍ରଜେନ୍ଦ୍ର ସିଂହ ଯାଦବ, କଂଗ୍ରେସ ବିଧାୟକ ସଞ୍ଜୟ ଶୁକ୍ଳାଙ୍କ ସମେତ ଅନ୍ୟ ବଡମନ୍ତ୍ରୀ ଓ ନେତା ମଧ୍ୟ ଏବେ ରାଜ୍ୟରେ ପ୍ରବଚନ କାର୍ଯ୍ୟକ୍ରମମାନ ଆୟୋଜନ କରୁଛନ୍ତି।

   Related Posts