ବଗଲା ଧର୍ମଶାଳା ବିବାଦ : କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଜେପି ନେତା ସମ୍ବିତ, ସମସ୍ୟାର ସମାଧାନ ନହେବା ଯାଏଁ ଜାରି ରହିବ ଆନ୍ଦୋଳନ
28/08/2020 at 3:00 PM

ନୂଆଦିଲ୍ଲୀ ୨୮।୦୮: ଦିନ ଗଡିବା ସହ ପୁରୀ ବଗଲା ଧର୍ମଶାଳା ବିବାଦ ବଢିବାରେ ଲାଗିଛି । ତେବେ ଏହି ପ୍ରସଙ୍ଗରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ସହ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ବିଜେପି ନେତା ସମ୍ବିତ ପାତ୍ର ।

କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା କରିବା ସହ ସୋମବାର ସୁଦ୍ଧା ଏ ପ୍ରସଙ୍ଗ ଉପରେ କେନ୍ଦ୍ରମନ୍ତ୍ରୀ ନିଜର ମତାମତ ରଖିବେ ବୋଲି ସମ୍ବିତ ପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସମ୍ବିତ ପାତ୍ର ଦାବି ରଖିଥିଲେ କି, ମାମଲାଟି କୋର୍ଟରେ ଥିବା ବେଳେ ରାଜ୍ୟ ସରକାର ଜମିକୁ ବିକ୍ରି କରିଦେଇଛନ୍ତି । ଆଗାମୀ ଦିନରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ସମ୍ବିତ କହିଛନ୍ତି।

ପ୍ରସାଦ ଯୋଜନାରେ କେନ୍ଦ୍ର ୨୦କୋଟିର ଅର୍ଥ ପ୍ରଦାନ କରିଛି । ଯେଉଁଥିରୁ କେବଳ ୩ କୋଟି ଖର୍ଚ୍ଚ ହୋଇଛି । ରାଜ୍ୟ ସରକାର ଗରିବ ଲୋକଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ଏହି ଅର୍ଥକୁ ବାଟ ମାରଣା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାସହ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କେନ୍ଦ୍ର ମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ସାମ୍ବାଦିକଙ୍କୁ ସମ୍ବିତ ପାତ୍ର ଏହି ସୂଚନା ଦେଇଛନ୍ତି ।