ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ବେଆଇନ ଭାବେ ଚାଲାଣ କରୁଥିଲେ ଗୋରୁ, ୬ ଗିରଫ

19/12/2021 at 9:13 AM

ମୋରଡା, ୧୯/୧୨:  ପିକ୍ ଅପ୍  ଯୋଗେ ବେଆଇନ ଗୋରୁ ଚାଲାଣ ବେଳେ ଧରା ପଡିଲେ ମାଫିଆ । ରାସଗୋବିନ୍ଦପୁର ପୋଲିସ ଖବର ପାଇ ମୟୂରଭଞ୍ଜ ସୁବାଣ୍ଡିହି ଛକ ନିକଟରେ ପାଞ୍ଚଟି ଗାଡିକୁ ଧରିବା ସହ ମାଫିଆଙ୍କୁ ଗିରଫ କରିଛି ।

ଦୀର୍ଘ ଦିନ ହେବ ସୁବାଣ୍ଡିହି ଦେଇ ଶହଶହ ଗାଈଗୋରୁ ପୋଡଶୀ ପଶ୍ଚିମବଙ୍ଗକୁ ଚାଲାଣ ହେଉଛନ୍ତି । ଶନିବାର ମାଫିଆମାନେ ଅମାନବୀୟ ଭାବେ ଗୋଟିଏ ପିକଅପରେ ୨୫ରୁ ଅଧିକ ଗାଈଗୋରୁଙ୍କୁ ନେଉଥିଲେ । ୫ଟି ଗାଡିରେ ଏପରି ଭାବେ ମୋଟ ୧୧୪ରୁ ଅଧିକ ଗାଈଗୋରୁଙ୍କୁ ଚାଲାଣ କରାଯାଉଥିଲା  । ପୋଲିସ ଚଢଉ କରି ଚୋରା ଚାଲାଣର ପର୍ଦ୍ଦାଫାସ କରିଥିବା ବେଳେ  ୬ ଜଣଙ୍କୁ ଗିରଫ ରଖିଛି । ଏହାସହ ଏକ ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି ।  

ଗିରଫ ଛଅ ଜଣ ହେଉଛନ୍ତି ସେକ୍ ଆଜମେର,ସେକ୍ ଇରଫାନ୍,ସେକ୍ ଟୁନା,ସେକ୍ ମୋନାଲ,ମୁନା ଖାଁ,ଜଲାଉଦିନ । ସମସ୍ତେ ବସ୍ତା ଓ ରୁପସା ଥାନା ଅନ୍ତର୍ଗତ ବୋଲି ଜଣାପଡିଛି । ରାସଗୋବିନ୍ଦପୁର ଆଇ ଆଇ ସି ଲୋପାମୁଦ୍ରା ନାୟକ ସମସ୍ତ ଗାଈଗୋରୁଙ୍କୁ ପ୍ରାଥମିକ ଚିକିତ୍ସା ପରେ   ଗୋଶାଳାକୁ ପଠାଇ ଦେଇଛନ୍ତି ।

   Related Posts