କ’ଣ ପୁଣି ପ୍ରେମରେ ପଡିଲେ ବାଦଶାହ ? ବାରମ୍ଵାର ବିଦେଶ ଯାଇ ଏହି ଅଭିନେତ୍ରୀଙ୍କୁ ଭେଟୁଛନ୍ତି ରାପର

Published By : Prameya-News7 Bureau | April 22, 2024 IST

ମୁମ୍ଵାଇ ୨୨।୦୪: ବଲିଉଡର ପ୍ରସିଦ୍ଧ ଗାୟକ ତଥା ରାପର ବାଦଶାହ । ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ପ୍ରୋଫେଶନାଲ ନୁହେଁ ପର୍ସନାକ ଲାଇଫ୍‌କୁ ନେଇ ଲାଇମ୍‌ଲାଇଟରେ ଅଛନ୍ତି। ଦୀର୍ଘ ଦିନ ଧରି ବାଦଶାହଙ୍କ ନାମ ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ସହ ଜଡିତ ଥିଲା । ଏବେ ଲାଗୁଛି ଏହି ଅଭିନେତ୍ରୀଙ୍କ ସହ ଗାୟକଙ୍କ ଘନିଷ୍ଠତା ଧିରେ ଧିରେ ବଢୁଛି । ସେଥିପାଇଁ ଦୁହେଁ ଦୁହିଁଙ୍କୁ ଭେଟିବାକୁ ବାରମ୍ଵାର ବିଦେଶ ଯାଉଛନ୍ତି। ବର୍ତ୍ତମାନ ତାଙ୍କର ଦୁବାଇ ଯାତ୍ରାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବାଦଶାହ ପୁଣି ଥରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ସହ ନଜର ଆସିଛନ୍ତି।



କେଉଁ ଅଭିନେତ୍ରୀଙ୍କ ସହିତ ବାଦଶାହ ନଜର ଆସିଥିଲେ ?

ବାଦଶାହ ଏବଂ ହାନିଆ ପୂର୍ବରୁ ଦୁବାଇରେ ଅନେକ ଥର ଏକାଠି ସମୟ ବିତାଉଥିବାର ନଜର ଆସିଛନ୍ତି। ଏପରି ପରିସ୍ଥିତିରେ, ଯେତେବେଳେ ଏହି ଦୁଇ ଜଣ ପୁଣି ଥରେ ନଜର ଆସିଲେ, ସେମାନଙ୍କ ଡେଟିଂ ବିଷୟରେ ଆଲୋଚନା ତୀବ୍ର ହେଲା। ଏବେ ଦୁହେଁ ଏକାଠି ଡିନର କରୁଥିବା କରୁଥିବାର ଦେଖିବାକୁ ମିଳିଛି। ଏନେଇ ହାନିଆ ନିଜେ ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। କେବଳ ଏତିକି ନୁହେଁ, ପରେ ବାଦଶାହ ଏକ ଭିଡିଓରେ ପ୍ରଶଂସକଙ୍କୁ କହିଥିଲେ ଯେ ସେ ବର୍ତ୍ତମାନ ଦୁବାଇରେ ଅଛନ୍ତି ।

 


ଏହା ପରେ, ତାଙ୍କର ପରବର୍ତ୍ତୀ ପୋଷ୍ଟରେ, ସେ ଦର୍ଶକ ଭାବରେ ବାଦଶାହଙ୍କ କନସର୍ଟ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ବାଦଶାହ ତାଙ୍କ ପାଇଁ ଏକ ଗୀତ ଗାଉଛନ୍ତି ଏବଂ ହାନିଆ ତାଙ୍କୁ ଏକ ମଜାଳିଆ ଢଙ୍ଗରେ କୁହନ୍ତି, 'ଆରେ, ମୁଁ ମୋର ନିଜ ଗୀତ ଜାଣି ନାହିଁ' ।  ଦୁହେଁ ହସୁଥିବା ସହ ମଜା କରୁଥିବାର ନଜର ଆସିଛନ୍ତି । ଏହି ଦୁଇ ଜଣଙ୍କୁ ଦେଖିଲେ ଲାଗୁ ନାହିଁ କି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ଅଛି ବୋଲି। ଦୁହେଁ ଏକାଠି କେତେ କମ୍ଫର୍ଟେବୁଲ ତାହା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । ଏହା ଏବେ ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କ ପୋଷ୍ଟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.