ଛାଡପତ୍ର ପରେ ୬ ବର୍ଷ ସାନ ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ବାଦଶାହ ! ସାମ୍ନାକୁ ଆସିଲା ଭିଡିଓ…
13/11/2023 at 2:32 PM

ମୁମ୍ଵାଇ ୧୩।୧୦ : ବର୍ତ୍ତମାନ ବି-ଟାଉନର ଅନେକ ଦିୱାଲୀ ପାର୍ଟିର ଫଟୋ-ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରୁ ଗୋଟିଏ ଭିଡିଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଭିଡିଓଟି ବଲିଉଡର ଗାୟକ ତଥା ରାପର ବାଦଶାହଙ୍କର। ଯେଉଁଥିରେ ସେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ଦିୱାଲୀ ପାର୍ଟୀରେ ଯୋଗ ଦେଇଥିଲେ। ଭିଡିଓରେ ତାଙ୍କ ଠାରୁ ୬ ବର୍ଷ ସାନ ଅଭିନେତ୍ରୀ ମୃଣାଲ ଠାକୁରଙ୍କୁ ଦେଖିବାକୁ ମିଳୁଛି। ଏହି ଭିଡିଓ ଭାଇରାଲ ହେବା ପରେ ଗାୟକଙ୍କ ଡେଟିଂ ଖବରକୁ ଦାବି କରାଯାଉଛି।
ଭିଡିଓରେ ଉଭୟ ପାର୍ଟି ପରେ ଘରକୁ ଯାଉଥିବା ନଜର ଆସିଛନ୍ତି। ଏହି ସମୟରେ ଉଭୟ ପରସ୍ପରର ହାତ ଧରିଥିବାର ନଜର ଆସିଥିଲେ। ମୃଣାଳ ହାଲୁକା ସବୁଜ ରଙ୍ଗର ପୋଷାକରେ ଥିବା ବେଳେ ବାଦଶାହାଙ୍କୁ କଳା ପୋଷାକରେ ମଧ୍ୟ ଦେଖିବାକୁ ମିଳେ। ଉଭୟଙ୍କ କେମେଷ୍ଟ୍ରିକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି।
Mrunal Thakur and Badshah leaving after Diwali Bash💥🔥❤️ @mrunal0801 #MrunalThakur #Badshah #ScrollandPlay pic.twitter.com/94kWEF0OXv
— Scroll & Play (@scrollandplay) November 12, 2023
ଉଭୟଙ୍କର ଏହି ସୁନ୍ଦର ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା। ଯାହା ପରେ ସେମାନଙ୍କ ଡେଟିଂ ବିଷୟରେ ଆଲୋଚନା ଆରମ୍ଭ ହୋଇଛି। ବାଦଶାହଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେଲେ ଗାୟକଙ୍କର ଛାଡପତ୍ର ହୋଇଛି । ସେ ୨୦୧୨ ଜସ୍ମିନଙ୍କୁ ବିବାହ କରିଥିଲେ, କିନ୍ତୁ ୮ ବର୍ଷ ପରେ ଦୁହେଁ ଛାଡପତ୍ର ନେଇଥିଲେ। ଉଭୟଙ୍କର ଏକ ଝିଅ ମଧ୍ୟ ଅଛି ।