ପ୍ରେମିକାକୁ ଦେଖାକରିବାକୁ ଯାଇ ଧରାପଡିଗଲେ ପ୍ରେମିକ , ଆକ୍ରୋଶରୁ ବର୍ତ୍ତିବାକୁ ଦେଖାଇଲେ ବନ୍ଧୁକ
18/05/2022 at 8:18 AM

ଉଦଳା ୧୮/୦୫: ଉଦଳା ପ୍ରେମିକା ସହିତ ଧରା ପଡିଯିବା ପରେ ଜନସାଧାରଣଙ୍କ ଆକ୍ରୋଶରୁ ବଂଚିବା ପାଇଁ ସମସ୍ତଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଛି ଛାତ୍ର । ଯାହାକୁ ନେଇ ଛାତ୍ର ଜଣକୁ ଗିରଫ କରିଛି ପୋଲିସ୍ । ଏଭଳି ଘଟଣା ଘଟିଛି ଖୁଂଟା ଥାନା କୁଆମରା ଅଂଚଳରେ ।
ଗତକାଲି କୁଆମରା ଅଂଚଳରେ ସଂପର୍କୀୟ ଘରେ ରହୁଥତ୍ବା ନିଜର ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ ଉଦଳା ଆରଡିଏସ୍ ଡିଗ୍ରୀ କଲେଜରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ପାଠ ପଢୁଥିବା ଯୁବକ ଅଭିଷେକ ପ୍ରଧାନ । କୁଆମରା ବଙ୍ଗଳା ନିକଟରେ ଉଭୟ ପୁଅ ଏବଂ ଝିଅ ଥତ୍ବା ବଳେ ଝିଅର ସଂପର୍କୀୟ ଆସି ଝିଅକୁ ସେଠାରୁ ନେଇ ଯାଇଥିଲେ । ଏହା ପରେ ଝିଅର ପରିବାର ଲୋକେ ଏବଂ ଗ୍ରାମବାସୀମାନେ ପ୍ରେମିକକୁ ଧରି ମାଡ ମାରିଥିଲେ ।
ଏହି ସମୟରେ ଛାତ୍ର ଅଭିଷେକ ନିଜ ବ୍ୟାଗରୁ ଏକ ବନ୍ଧୁକ ବାହାର କରି ମାରିଦେବାର ଧମକ ଦେଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ୍ ଛାତ୍ର ଜଣକୁ ଗିରଫ କରି ଅଧିକ ପଚରାଉଚରା କରୁଛି । ସେପଟେ ଏହା ଖେଳଣା ବନ୍ଧୁକ ବୋଲି ଛାତ୍ର ଜଣକ କହୁଥବା ବଳେ ଗିରଫ ଛାତ୍ରଙ୍କ ଘର ବାଲେଶ୍ୱର ଜିଲ୍ଲା ରେମୁଣା ଅଂଚଳରେ ବୋଲି ଜଣାପଡିଛି ।