ଆନ୍ତଃରାଜ୍ୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
27/02/2021 at 12:43 PM

ରାଇରଙ୍ଗପୁର ୨୭।୦୨: ଦୁଇ ଦିନିଆ ଆନ୍ତରାଜ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ରାଇରଙ୍ଗପୁର ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ହୋଇଯାଇଛି । ଇନ୍ଦ୍ରାଣୀ ଓ ଜ୍ୟୋତିଷ ଗୁପ୍ତା ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଫିତା କାଟି ଉଦ୍ଘାଟିତ କରିଥିଲେ।
ରାଇରଙ୍ଗପୁରର ଯୁବ ସାମାଜସେବୀ ତଥା କ୍ରୀଡା ପ୍ରେମୀ ଅନୁରାଗ ଗୁପ୍ତା ଓ ତାଙ୍କ ପରିବାର ଦ୍ୱାରା ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଉଛି । ଏହି ପ୍ରତିଯୋଗିତାରେ ବିହାର,ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ,ଝାଡଖଣ୍ଡ ବାଲେଶ୍ଵର, କେନ୍ଦୁଝର, ସମ୍ବଲପୁର,କୋରାପୁଟ,ରାଉରକେଲା, ବଲାଙ୍ଗୀର,ମୟୁରଭଞ୍ଜରୁ ଖେଳାଳି ମାନେ ଭାଗ ନେଇଛନ୍ତି। ନକ୍ ଆଉଟ ଫର୍ମାଟରେ ଆୟୋଜିତ ଏହି ମ୍ୟାଚ ଦୁଇ ଦିନ ଧରି ଚାଲିବ।
ଅନୁରାଗ ଗୁପ୍ତା ପୂର୍ବରୁ ଆନ୍ତରାଜ୍ୟ ସ୍ତରୀୟ ଫ୍ଲଡ଼ ଲାଇଟରେ କ୍ରିକେଟ, ଭଳିବଲ ଆଦି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରି କ୍ରୀଡାବିତ ତଥା କ୍ରୀଡ଼ାପ୍ରେମୀଙ୍କ ମହଲରେ ପ୍ରଶଂସିତ ହୋଇସାରିଛନ୍ତି। ରାଇରଙ୍ଗପୁର ଭଳିଆ ଛୋଟ ଉପାନ୍ତ ଅଞ୍ଚଳରେ ଏପରି ଆନ୍ତରାଜ୍ୟ ପ୍ରତିଯୋଗିତା ଆୟୋଜନକୁ ସବୁ ମହଲରେ ପ୍ରଶଂସା କରାଯାଉଛି। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଜଗରଞ୍ଜନ ନାଏକ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ,ମହାବୀର ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।