ଛାତି ଉପରେ ପଥର : ୭ ଥର ବ୍ୟାଡମିଣ୍ଟନ ଚାମ୍ପିଅନ ଏବେ ଘର ଚଳାଇବାକୁ ରାକେଟ୍ ବିକିବାକୁ ବାଧ୍ୟ ହୋଇଛନ୍ତି

Published By : Prameya-News7 Bureau | July 20, 2020 IST

ଆଗ୍ରା, ୨୦|୦୭:  ଭାରତରେ ଏବେ କରୋନା ଆତଙ୍କ ଜାରି ରହିଛି । ଜୀବନ ଜୀବିକା ଏକ ପ୍ରକାର ଠପ୍ ହୋଇଯାଇଛି । ପ୍ରାୟ ସମସ୍ତଙ୍କ ପାଇଁ ଘର ଚଳାଇବା କାଠିକର ପାଠ ହୋଇଯାଇଛି । ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନ ଏବେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଉତ୍ତର ପ୍ରଦେଶ ଆଗ୍ରାର ବ୍ୟାଡମିଣ୍ଟନ୍ ଚାମ୍ପିଅନ ରାଧା ଠାକୁର ମଧ୍ୟ ଏବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିରୁ ମୁକୁଳିବା ପାଇଁ ସେ ନିଜ ରାକେଟ୍ ବିକ୍ରି କରିଦେଇଛନ୍ତି ।

ଦେଶର ଗର୍ବ ବଢାଇଥିବା ରାଧା ଜିଲ୍ଲାରେ ୭ ଥର ଚାମ୍ପିଅନ ହୋଇଛନ୍ତି । ଏବେସେ ନିଜର ଆର୍ଥିକ ସମସ୍ୟାରୁ ମୁକୁଳିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାହାଯ୍ୟ ପ୍ରାର୍ଥନା କରିଛନ୍ତି । ଲକଡାଉନ୍ ପାଇଁ ରାଧାଙ୍କ ପିତା ଓ ଭାଇଙ୍କ ଚାକିରୀ ଚାଲିଯାଇଛି । ରାଧା ଯାହା ରୋଜଗାର କରିଥିଲେ ତାହା ମଧ୍ୟ ଘରଖର୍ଚ୍ଚରେ ସରିଯାଇଛି । ଏବେ ସେ ପରିବାର ଚଳାଇବା ପାଇଁ ନିଜ ରାକେଟ୍ ବିକ୍ରି କରିଦେଇଛନ୍ତି ।

ସୂଚନାଯୋଗ୍ୟ, ରାଧା ୭ ଥର ଚାମ୍ପିଅନ ହୋଇଛନ୍ତି । ସେ ଫାଷ୍ଟ ସିନିଅର ମେଜର୍ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ୨୦୧୯ରେ ରନର୍ ଅପ୍ ରହିଥିଲେ । ଏପରିକି ଷ୍ଟେଟ୍ ସିନିଅର୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସିଙ୍ଗଲସ କଥା କହିଲେ ସେ ସିନିଅର ମେଜର୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଁଚିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.