ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ବଡ଼ମ୍ବା ବିଷାକ୍ତ ଖାଦ୍ୟ ମୃତ୍ୟୁ ମାମଲା, କେହି ବିଷ ମିଶାଇବା କଥାକୁ ଅସ୍ୱୀକାର କଲେ ସଂପର୍କୀୟ

4/09/2022 at 2:31 PM

କଟକ ୦୪।୦୯ : କଟକ ଜିଲ୍ଲା ବିରରଵରପୁର ଗାଁରେ ଵିଷାକ୍ତ ଖାଦ୍ୟ ଖାଇ ତିନି ମୃତ୍ୟୁ ଘଟଣା। ଶନିବାର ଚିକିତ୍ସାଧିନ ଅଵସ୍ଥାରେ ୧୨ଵର୍ଷର ପୁଅ ରୁଦ୍ର ପ୍ରସାଦ ଓ ୮ଵର୍ଷର ଝିଅ ରୁଚିକାଙ୍କର ମୃତ୍ୟୁ ହୋଇଥିବା ବେଳେ କଟକରେ ମାଆ ରୁନୁଵାଳା ପାତ୍ରଙ୍କର ମୃତ୍ୟୁ ଘଟିଛି। ଵାପା ଗୋଵିନ୍ଦ ପାତ୍ରଙ୍କର ସ୍ବାସ୍ଥ୍ୟ ଅଵସ୍ଥାରେ ଉନ୍ନତି ଆସିଛି। ତେଣୁ ତାଙ୍କୁ ଆଇସିୟୁରୁ ଵାହାର କରି ଓ୍ବାର୍ଡରେ ଭର୍ତ୍ତି କରାଯାଇଛି।

ତେବେ ସମ୍ପର୍କୀୟଙ୍କ କହିଵା ଅନୁସାରେ, ଚାଟ୍ ନୁହେଁ ଵରଂ ଘରେ ପ୍ରସ୍ତୁତ ହୋଇଥିବା ଭାତ, ଡାଲମା ଓ ମଟର ତରକାରି ଖାଇବା ପରେ ପରିଵାରର ଚାରିଜଣଙ୍କ ଶରୀରରେ ତୀଵ୍ର ପ୍ରତିକ୍ରିୟା ଦେଖିଵାକୁ ମିଳିଥିଲା। ଵାପା, ମା’ ଓ ଦୁଇ ପିଲା ଝାଡା ଵାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ମାଣିଆଵନ୍ଧ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ଶିଶୁ ଭଵନ ଏଵଂ ଵେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଖାଦ୍ୟରେ କୌଣସି ପ୍ରକାର ଵିଷାକ୍ତ କୀଟ ଵା ଜନ୍ତୁ ପଡିଵା ଯୋଗୁଁ ଏଭଳି ହୋଇଥିଵା ସନ୍ଦେହ କରାଯାଉଛି। କେହି ଖାଦ୍ୟରେ ଵିଷ ମିଶାଇବା କଥାକୁ ସମ୍ପର୍କୀୟ ମାନେ ଅସ୍ବୀକାର କରିଛନ୍ତି। ସେପଟେ ଖାଦ୍ୟ ସୁରକ୍ଷା ଵିଭାଗ ପକ୍ଷରୁ ପରିବାର ଲୋକେ ଖାଇଥିଵା ଖାଦ୍ୟର ନମୁନା ଯାଞ୍ଚ କରାଯିଵା ପାଇଁ ପଦକ୍ଷେପ ନିଆଯାଇଛି।

   Related Posts