କାଦୁଆ ଗାଁରେ ବଧୂହତ୍ୟା ଅଭିଯୋଗ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା
10/02/2023 at 12:44 PM

ଖଣ୍ଡପଡ଼ା ୧୦।୦୨ : ଖଣ୍ଡପଡ଼ା ଥାନା କାଦୁଆ ଗାଁରେ ବଧୂହତ୍ୟା ଅଭିଯୋଗ । ଅଭିଯୁକ୍ତମାନଙ୍କୁ ଧରିବା ଦାବିରେ ଫାଣ୍ଡି ଆଗରେ ଶବ ରଖି ପରିବାର ଲୋକଙ୍କ ଧାରଣା । ମୃତକଙ୍କ ନାଁ ପୂଜା ଜୁଝାର ସିଂହ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ନୟାଗଡ଼ ଜିଲ୍ଲା କେଶରସିଂ ଗାଁରେ ପୂଜା ଜୁଝାର ସିଂଙ୍କ ଘର | ପୂଜାଙ୍କ ଶାଶୂଘର ଲୋକେ ପୂଜାଙ୍କୁ ବହୁବାର ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ ହୋଇଥିଲା | ତେବେ ଶାଶୂଘର ଲୋକେ ଝିଅଙ୍କୁ ପିଟି ପିଟି ମାରିଦେଇଥିବା ପୂଜାଙ୍କ ବାପା ଅଭିଯୋଗ କରିଛନ୍ତି | ତେବେ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିମାନଙ୍କୁ ଗିରଫ ଦାବିରେ ପୂଜାଙ୍କ ପରିବାର ଲୋକେ ଜଗନାଥ ପ୍ରସାଦ ଫାଣ୍ଡି ଆଗରେ ଧାରଣା ଦେଇଛନ୍ତି | କାର୍ଯ୍ୟାନୁଷ୍ଠାନ ଦାବିରେ ଧାରାଣ ଦେଉଛନ୍ତି ପରିବାର ଲୋକେ।