ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

କାନ୍ଥରୁ ଲିଭିନି ବାହାଘର ଚିତା, ଯୌତୁକ ଜୁଇରେ ଲିଭିଗଲା ନିରୀହ ଜୀବନ ! ବଧୂହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

7/07/2022 at 4:35 PM

ପାଟଣାଗଡ ୭।୭: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ମରୁଆଁ ଗାଁରେ ଜଣେ ମହିଳଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ନରେନ୍ଦ୍ର ବନଗୁଲାଙ୍କ ସ୍ତ୍ରୀ ବିଳାସିନୀ ବନଗୁଲା । ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଛନ୍ତି ବାପଘର ଲୋକ ।

ସୂଚନାଯୋଗ୍ୟ ଯେ, ମରୁଆଁ ଗାଁର ନରେନ୍ଦ୍ର ଖପ୍ରାଖୋଲ ଥାନା ମହୁରୁଣି ଗ୍ରାମର ଡିଙ୍ଗର ବୁଡେକଙ୍କ ଝିଅଙ୍କ ସହିତ ଫେବୃୟାରୀ ୨୫ ତାରିଖରେ ବୈଦିକ ରୀତିନୀତିରେ ବାହାଘର ହୋଇଥିଲା । ପୁଅ ଘର ପକ୍ଷରୁ ଏକ ବାଇକ୍ ଯୌତୁକ ରୂପେ ମଗାଯାଇଥିଲା । ହେଲେ ଝିଅ ଘର ଲୋକେ ନଦେଇ ପାରିବାରୁ ବିଳାସିନୀଙ୍କୁ ଅନେକ ନିର୍ଯାତନା ଦିଆଯାଇଥିବା ମୃତକଙ୍କ ବାପା କହିଛନ୍ତି । ଏହାକୁ ନେଇ ଗାଁରେ ଅନେକ ଥର ସଭା ମଧ୍ୟ ହୋଇଥିବା ବେଳେ ସମାଧାନ ହୋଇଥିଲା । ତଥାପି ପୁଅ ଘର ପକ୍ଷରୁ ଅନେକ ନିର୍ଯାତନା ଦିଆଯାଇଥିବା ଝିଅଙ୍କ ବାପା କହିଛନ୍ତି ।

ବାହାଘର ଲେଖା କାନ୍ଥରୁ ନ ଲିଭୁଣୁ ଯୌତୁକ ଜୁଇରେ ଲିଭିଗଲା ଏକ ନିରୀହ ଜୀବନ । ଝିଅର ମୃତ୍ୟୁ ଖବର ପାଇ ବାପା-ମା ତଥା ଝିଅଘର ଲୋକେ ପାଟଣାଗଡ ଥାନାର ଦ୍ବାରସ୍ଥ ହୋଇ ବଧୂହତ୍ୟା ଅଭିଯୋଗ ଆଣିଛନ୍ତି । ପାଟଣାଗଡ ପୋଲିସ ମରୁଆଁ ଗାଁରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ବିଳାସିନୀଙ୍କୁ ମାରି ଦଉଡିରେ ଟାଙ୍ଗି ଦିଆଯାଇଥିବା ବାପଘର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସର ତଦନ୍ତ ପରେ ସତ ଜଣାପଡିବ ।

   Related Posts