୮୧୩ ଜଣଙ୍କ ଯୋଗାଯୋଗରେ ଥିଲେ କରୋନା ଆକ୍ରାନ୍ତ ରୋଗୀ : ଜଣେ ମୃତ

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ ୧୫/୦୩ : ଦିଲ୍ଲୀରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ମାର୍ଚ୍ଚ ୧୨ ତାରିଖରେ ସ୍ପଷ୍ଟ ହୋଇଥିଲା | ଉକ୍ତ ବ୍ୟକ୍ତି ଜଣକ ଫେବୃଆରୀ ୨୦ ତାରିଖରେ ଇଟାଲୀ ଗସ୍ତରୁ ଫେରିଥିଲେ | ଡିଲଲ  ବିମାନବନ୍ଦରରେ ତାଙ୍କର ପରୀକ୍ଷା  କରାଯାଇଥିଲା | ସେ କରୋନାରେ ଆକ୍ରାନ୍ତ ବୋଲି ମାର୍ଚ୍ଚ ୧୨ ତାରିଖରେ ସ୍ପଷ୍ଟ ହୋଇଥିଲା | ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ରହୁଥିବା ଏହି ବ୍ୟକ୍ତିଙ୍କ ବୟସ ୪୬ ବର୍ଷ | ଉକ୍ତ ବ୍ୟକ୍ତି ଜଣକ ଇଟାଲୀରୁ ଫେରିବା ପରେ ୮୧୩ ଜଣଙ୍କ ଯୋଗାଯୋଗରେ ଆସିଥିଲେ | ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ରିପୋର୍ଟ ଅନୁଯାୟୀ, ଜଣେ କରୋନା ଆକ୍ରାନ୍ତ ରୋଗୀ ଏତେ ସଂଖ୍ୟକ ରୋଗୀଙ୍କ ଯୋଗାଯୋଗରେ ଆସିବା ପ୍ରଥମ ମାମଲା |

ଉକ୍ତ ବ୍ୟକ୍ତିଙ୍କ ଯୋଗୁଁ ତାଙ୍କ ମାଙ୍କୁ ମଧ୍ୟ କରୋନା ହୋଇଯାଇଥିଲା | ମହିଳାଙ୍କ ବୟସ ୬୮ ବର୍ଷ | ଶୁକ୍ରବାର ରାତିରେ କରୋନାରେ ତାଙ୍କ ମାଙ୍କ ମୃତ୍ୟୁ ହୋଇଛି | କରୋନାରେ ମୃତ୍ୟୁ ହୋଇଥିବା ଦେଶରେ ଏହା ଦ୍ୱିତୀୟ ମାମଲା |

ଉକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, ସେ କୌଣସି କାମ ପାଇଁ ୟୁରୋପ ଏବଂ ଇଟାଲୀ ଯାଇଥିଲେ | ଚୀନ ପରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଇଟାଲୀରେ | ଇଟାଲୀରେ ଏପର୍ଯ୍ୟନ୍ତ ୧୪୦୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି | ତେବେ ଦିଲ୍ଲୀର ଏହି ବ୍ୟକ୍ତି ଜଣକ ଦେଶର ପଞ୍ଚମ ବ୍ୟକ୍ତି ଯିଏ କରୋନାରେ ଆକ୍ରାନ୍ତ ହୋଇ ଦେଶକୁ ଫେରିଥିଲେ |

ଯେତେବେଳେ ଜଣେ ବିମାନବନ୍ଦରରେ ପହଞ୍ଚେ ତାଙ୍କର ଏକ ଥର୍ମାଲ ସ୍କ୍ରିନିଙ୍ଗ ହୋଇଥାଏ | ତାଙ୍କ ତାପମାତ୍ରା ନର୍ମାଲ ଜଣାପଡିବା ପରେ ତାଙ୍କୁ ଛାଡି ଯାଇଥାଏ | ସେହି ବ୍ୟକ୍ତି ଜଣକ ଅନ୍ୟ ୬ଜଣ କର୍ମଚାରୀଙ୍କ ସହ ଟୁରରେ ଯାଇଥିଲେ | ତାଙ୍କର ଏବଂ ତାଙ୍କ ସହ ଯାଇଥିବା ଅନ୍ୟ ୬ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିଲା | ଏହାପରେ ସେ ନିଜ ଘରକୁ ଫେରିଯାଇଥିଲେ ଏବଂ ସାଧାରଣ ଜୀବନ ବିତାଉଥିଲେ | କିନ୍ତୁ କିଛି ଦିନ ପରେ ତାଙ୍କର ଜ୍ୱର ହୋଇଥିଲା | ଜ୍ୱର ହେବ ପରେ ସେ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା ବୋଲି ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି |

ରିପୋର୍ଟ ଆସିବା ପୂର୍ବରୁ ଆକ୍ରାନ୍ତ ବ୍ୟକ୍ତି ଜଣକ ନିଜ ଘରେ ନିଜ ସ୍ତ୍ରୀ ଏବଂ ପିଲାଙ୍କ ସମ୍ପର୍କରେ ଆସିଥିଲେ | ତାଙ୍କ ମା ସେହି ବ୍ୟକ୍ତିଙ୍କ ସାନ ଭାଇଙ୍କ ସହ ଅଲଗା ଘରେ ରହୁଥିଲେ | କିନ୍ତୁ ସେ ନିଜ ବଡ ପୁଅ ଘରକୁ ମଧ୍ୟ ଯିବା ଆସିବା କରିଥାନ୍ତି | ପୁଅ ସହ ଯୋଗାଯୋଗରେ ଆସିବା ପରେ ତାଙ୍କୁ ମଧ୍ୟ କରୋନା ଆକ୍ରାନ୍ତ କରିଥିଲା | ପରିବାରର  ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଛି | ଯେଉଁ ଘରେ ସେ ରହୁଥିଲେ ସେହି ଘରକୁ ବନ୍ଦ କରିଦିଆଯାଇଛି | ଜଣକୁ ହରାଇ ସାରିବା ପରେ ପରିବାରର ସମସ୍ତେ ବର୍ତ୍ତମାନ ଭୟରେ ଦିନ କାଟୁଛନ୍ତି |

ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ, ଆକ୍ରାନ୍ତ ବ୍ୟକ୍ତି ଜଣକ ୮୧୩ ଜଣଙ୍କୁ ଛୁଇଁଥିଲେ | ସେମାନଙ୍କ ମଧ୍ୟରୁ ୪୦ ଜଣ ଦିଲ୍ଲୀର ଏବଂ ୭୭୩ ଜଣ ଦିଲ୍ଲୀ ବାହାରର | ରିପୋର୍ଟ ଅନୁଯାୟୀ ଆକ୍ରାନ୍ତ ବ୍ୟକ୍ତିଙ୍କ ମାଙ୍କ ସହ ମଧ୍ୟ ୧୪ ଜଣ ଯୋଗାଯୋଗରେ ଥିଲେ |

ଆଉ ଜଣେ ପରିବାର ସଦସ୍ୟଙ୍କ କହିବାନୁଯାୟୀ, ଆକ୍ରାନ୍ତ ରୋଗୀ ନିଜ ଅଫିସ କାମ ପାଇଁ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ଦିଲ୍ଲୀରୁ ନଏଡା ଦିଲ୍ଲୀ ମେଟ୍ରୋରେ ଯିବା ଆସିବା କରୁଥିଲେ | ଦିଲ୍ଲୀ ଜନକପୁରୀରୁ ନଏଡା ବୋଟାନିକାଲ ଗାର୍ଡେନର ଦୂରତା ୩୮କିମି | ଏହା ମଧ୍ୟରେ ରହିଛି ୨୫ଟି ଷ୍ଟପେଚ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.