ପାରିବାରିକ କଳହରୁ ନବବଧୂଙ୍କୁ ହତ୍ୟା ! ସାତ ମାସ ତଳେ ହୋଇଥିଲା ବାହାଘର

Published By : Prameya-News7 Bureau | January 22, 2022 IST

ଭଦ୍ରକ ୨୨।୦୧: ନବବଧୂଙ୍କୁ ହତ୍ୟା ଅଭିଯୋଗ । ପାରିବାରିକ କଳହରୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଆରୁହା ଗାଁରେ ଘଟିଛି ଘଟଣା । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

{"id":577783,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଙ୍ଗୁରପଦା ଗାଁର ଉମାକାନ୍ତ ନାୟକଙ୍କ ଝିଅ ଅନିତା ନାୟକ ଗତ ସାତ ମାସ ତଳେ ଭଦ୍ରକ ଜିଲ୍ଲା ପୀରହାଟ ଥାନା ଆରୁହା ଗାଁର ରବୀନ୍ଦ୍ର ସ୍ୱାଇଁଙ୍କ ପୁତ୍ର ସୌଭାଗ୍ୟ ରଞ୍ଜନ ସ୍ୱାଇଁଙ୍କୁ ବିବାହ କରିଥିଲେ । ହିନ୍ଦୁ ରୀତିନୀତି ଅନୁସାରେ ଉଭୟ ବିବାହ ଅନୁଷ୍ଠିତ ହୋଇଥିଲା । ତେବେ ବାହାଘରର ଚାରିମାସ ପରେ ସୌଭାଗ୍ୟ କାମ କରିବାକୁ ବାଙ୍ଗାଲୋର  ଯାଇଥିଲେ । କିନ୍ତୁ ଗତ ୨୦ ତାରିଖ ଦିନ ହଠାତ ବାପଘରକୁ ଖବର ଯାଇଥିଲା ଆପଣଙ୍କ ଝିଅ ମରିଯାଇଛି ।

{"id":577784,"sizeSlug":"full","linkDestination":"none"}

ତାଙ୍କ ଝିଅ ଅନୀତାଙ୍କୁ ଜ୍ୱାଇଁର ସମ୍ପର୍କୀୟ ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।  ଏନେଇ ପୀରହାଟ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏପିରିକି ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି |

{"id":577786,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.