ବିବାହର ଛଅମାସ ନପୁରୁଣୁ ମହିଳାଙ୍କ ମୃତ୍ୟୁ: ବଧୂହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ
2/02/2023 at 11:08 PM

କଟକ, ୦୨/୦୨: ପ୍ରେମ ବିବାହ କରିଥିଲେ ମହିଳା। ହେଲେ ବିବାହର ଛଅମାସ ନପୁରୁଣୁ ମହିଳାଙ୍କ ମୃତ୍ୟୁ ହୋଇଛି। ପରିବାର ଲୋକେ ଆଣିଲେ ବଧୂହତ୍ୟା ଅଭିଯୋଗ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ସାଲେପୁର ବ୍ଲକ ମିର୍ଜାପୁର ପଞ୍ଚାୟତ କାନପୁର ଗାଁ ରେ । ଗାଁର ସେକ ରିଆଜଙ୍କ ଝିଅ ସୁମେୟା ପରୱନ ଛଅମାସ ତଳେ ଆଜାଦ ବଜାରର ରାଇସୁଙ୍ଗୁଡା ପଞ୍ଚାୟତର ସୟଦ ଅମଜଦ ଈମାମଙ୍କ ପୁଅ ସୟଦ ଅଜଦ ଈମାମଙ୍କୁ ପ୍ରେମବିବାହ କରିଥିଲେ।
ପ୍ରେମବିବାହ ପରେ ଝିଅଘର ପରିବାର ଲୋକ ପୁଅଘରକୁ ଯିବାଆସିବା ମନାଥିଲା। ଝିଅଘର ଲୋକେ ମଧ୍ୟ ଆସୁନଥିଲେ। କିନ୍ତୁ ଆଜି ହଠାତ୍ ଝିଅଘରକୁ ଫୋନ କରିଥିଲେ ଶାଶୁଘର ଲୋକେ। ଝିଅର ମୃତ୍ୟୁ ହୋଇଥିବା କହିଥିଲେ। ଖବରପାଇ ଝିଅର ବାପଘର ଲୋକେ ଏବଂ ଗ୍ରାମବାସୀ ରାଇସୁଙ୍ଗୁଡା ନିଶ୍ଚିନ୍ତକୋଇଲି ରାସ୍ତାର ଆଜାଦ ବଜାର ଠାରେ ଟାୟାରଜାଳି ଶାଶୁଘର ଲୋକଙ୍କ ନାମରେ ହତ୍ୟା ଅଭିଯୋଗ ଆଣିବା ସହ ନ୍ୟାୟ ଦାବିରେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ସାଲେପୁର ପୋଲିସ ପହଂଚି ବୁଝାସୁଝା କରିବାର ଦେଖିବାକୁ ମିଳିଥିଲା।