ଯାଜପୁରରେ ସମିଆ ପଞ୍ଚାୟତ ଗବପାଳ ପ୍ରକଳ୍ପର ଅନୁଧ୍ୟାନ କଲେ ବଡ଼ଚଣା ବିଧାୟକ

Published By : Prameya-News7 Bureau | July 10, 2024 IST

ଚଣ୍ଡିଖୋଲ ୧୦: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତ ଗବପାଳ ପ୍ରକଳ୍ପର ଅନୁଧ୍ୟାନ କଲେ ବଡ଼ଚଣା ବିଧାୟକ ଅମର ନାୟକ । ବୁଧବାର ଅପରାହ୍ନରେ ଅମର ନାୟକ ଏହି ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଏହାକୁ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ । ଏହି ସମୟରେ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ବନ ବିଭାଗ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ବୁଲି ଦେଖିସାରିବା ପରେ ସମିଆ ପଞ୍ଚାୟତ ପଡ଼ିଆରେ ଆମ୍ବ, ପଣସ, ପିଜୁଳି ପ୍ରଭୁତି ଫଳ ଗଛ ଲଗାଇ ଥିଲେ । ବନ ବିଭାଗ ଦ୍ୱାରା ଚଳିତ ବର୍ଷ ବଡଚଣା ନିର୍ବାଚନ ମଣ୍ଡଳୀରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନରେ ପ୍ରାୟ ୮ ଲକ୍ଷ ଗଛ ଲଗାଇବା ପାଇଁ ସ୍ଥିର କରିଛନ୍ତି ।

You Can Read:

ଚିଲିକାରେ ପକ୍ଷୀ ଶିକାର : ୧୮ ମୃତ ଓ ଗୋଟିଏ ଜୀବନ୍ତ ବିଦେଶୀ ପକ୍ଷୀ ଜବତ, ଶିକାରୀ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.