oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବଡଚଣା ବିଧାୟକ, ଖର୍ଚ୍ଚ ହେବ ୧୩ କୋଟି ଟଙ୍କା

23/11/2021 at 11:03 AM

ଚଣ୍ଡିଖୋଲ,  ୨୩/୧୧:   ଯାଜପୁର ଜିଲ୍ଲା ବଡ଼ଚଣା ପୂର୍ତ୍ତ ବିଭାଗ ଅଧୀନରେ ଦୁଇଟି ନଦୀ ବନ୍ଧ ରାସ୍ତାର ନବୀକରଣ ନିମନ୍ତେ ଶିଳାନ୍ୟାସ ହୋଇଛି । ଜନକଠୁ ହଳଧରପୁର ନଦୀ ବନ୍ଧର ସମ୍ପ୍ରସାରଣ ନିମନ୍ତେ ୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଶିଳାନ୍ୟାସ କରାଯାଇ ଥିବା ବେଳେ ବାଲିଚନ୍ଦ୍ରପୁରଠୁ ଇନ୍ଦୁପୁର ନଦୀ ବନ୍ଧର ନବୀକରଣ ନିମନ୍ତେ ୭କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ।

ଏହାକୁ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଶିଳାନ୍ୟାସ କରିଥିଲେ । ଦୀର୍ଘ ଦିନ ଧରି ବାଲିଚନ୍ଦ୍ରପୁର ଇନ୍ଦୁପୁର ରାସ୍ତା ଖାଲ ଖମାର ଭର୍ତ୍ତି ହୋଇ ଥିବା ବେଳେ ଗମନା ଗମନ ପାଇଁ ସମସ୍ୟା ଦେଖା ଦେଉଥିଲା ।  ଏହି ରାସ୍ତାଟି ଯାଜପୁର ଓ କେନ୍ଦ୍ରାପଡ଼ାକୁ ଯୋଗାଯୋଗ କରୁଛି । ଏହାର ମରାମତି ପାଇଁ ଦାବି ହୋଇ ଆସୁଥିଲା ।

ଏବେ ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିଛି । ଖୁବ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି । ଏହି ଶିଳାନ୍ୟାସ ଉତ୍ସବରେ ପୂର୍ତ୍ତ ବିଭାଗର ଅଧିକାରୀ, ଜିଲ୍ଲାପରିଷଦ, ସରପଞ୍ଚ ଓ ଆଦି ଉପସ୍ଥିତ ରହିଥିଲେ।

   Related Posts