ସଙ୍କଟରେ ଗଜରାଜ, ୧୧ କେଭି ବିଦ୍ୟୁତ ତାର ନେଲା ଜୀବନ !
19/03/2023 at 9:29 AM

ବଡ଼ବଲି ୧୯।୦୩ : ପୁଣି ଏକ ହାତୀର ମୃତ୍ୟୁ । ୧୧ କେଭି ବିଦ୍ୟୁତ ନେଲା ଗଜରାଜର ଜୀବନ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଚ ବାମେବାରି ବିଟ୍ ବସ୍ତନପୁର ଜଡିପଦାରେ ଏହି ଘଟଣା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ହାତୀଟିର ବସୟ ପ୍ରାୟ ୧୫ ବର୍ଷ । ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ଲାଗିଥିବା ଷ୍ଟେ ତାରରେ ଲାଗି ହାତୀଟିର ମୃତ୍ୟୁ ଘଟିଛି ବୋଲି ସୂଚନା ରହିଛି । ତେବେ ହାତୀ ମୃତ୍ୟୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ରବିବାର ସକାଳୁ ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀ ପହଞ୍ଚିଛନ୍ତି। ବିଦ୍ୟୁତ ବିଭାଗ ଓ ବନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ନା ଅବହେଳା । ଯାହାଫଳରେ କି ଏକ ହାତୀର ଜୀବନ ଯାଇଛି । ହାତୀଟିର ଏଭଳି ମୃତ୍ୟୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023