ମହାକାର୍ତ୍ତିକ ମାସର ମହାପର୍ବ ବଡ଼ ଓଷା, ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

Published By : Prameya-News7 Bureau | November 06, 2022 IST

ଆଠଗଡ଼ ୦୬।୧୧ : ରବିବାର ମହାକାର୍ତ୍ତିକ ମାସର ମହାପର୍ବ ବଡ଼ ଓଷା । ବଡସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ବଡ଼ ଓଷାକୁ ସିଧାସଳଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି।

ତେବେ ଧବଳେଶ୍ୱରଙ୍କ ଦର୍ଶନ ନିମନ୍ତେ ମନ୍ଦିରର ମୁଖ୍ୟ ରାସ୍ତା  ଫାଟକ ପାଖରେ ଏଲଇଡି ସ୍କ୍ରିନରେ ଭର୍ଚୁଆଲ ମାଧ୍ୟମରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରାଯିବ । ଏହାନିମନ୍ତେ ପ୍ରଶାସନ ପକ୍ଷରୁ  ବ୍ୟବସ୍ଥା କରାଯାଇଛି । ଝୁଲାପୋଲ ଏବଂ ମନ୍ଦିର ବେଢାରେ ୧୪୪ ଧାରା ଜାରି ରହିଛି । ଗୁଜୁରାଟର ମୋରବି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ପୂଜକ ସମିତି ପକ୍ଷରୁ ରାତି ପ୍ରାୟ ତିନିଟା ସମୟରେ ବାବା ଧବଳେଶ୍ଵରଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇଛି । ଏହାପରେ ମଙ୍ଗଳ ଆଳତୀ ମଇଲମ ଆଦି ସମସ୍ତ ରୀତିନୀତି ନିର୍ଘଣ୍ଟ ସମୟ ଅନୁସାରେ ସମ୍ପାଦନ ହେବାପରେ ଭର୍ଚୁଆଲ ମାଧ୍ୟମରେ ଦର୍ଶନ ଦେବେ ବାବା ଧବଳେଶ୍ବର । ମଧ୍ୟରାତ୍ରୀରେ ଅର୍ଥାତ୍ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରାଯିବ ବାବାଙ୍କ ଅତି ପ୍ରିୟ ଗଜଭୋଗ ଓ ତରଣ। । ସେଥିପାଇଁ ଭୋଗ ପ୍ରସ୍ତୁତିରେ ଲାଗିପଡିଛନ୍ତି ପୂଜକ ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.