ଶ୍ରୀକ୍ଷେତ୍ରରେ ବଡଦାଣ୍ଡ ଉତ୍ସବ : ସରକାରଙ୍କ ଏକ ଅଭିନବ ପଦକ୍ଷେପ, ପୁରୀକୁ ବିଶ୍ବ ଐତିହ୍ୟ ସହର କରିବା ଦିଗରେ ପ୍ରୟାସ
28/07/2019 at 6:33 PM

ପୁରୀ ୨୮|୭: ପୁରୀ ସିଂହଦ୍ବାର ଓ ବଡ଼ଦାଣ୍ଡରେ ପ୍ରଶାସନର ଅଭିନବ ଆୟୋଜନ । ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ପାଇଁ ଜାରି ରହିଛି ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରତ୍ୟେକ ରବିବାର ସକାଳୁ ମହାପ୍ରଭୁଙ୍କ ନିକଟରେ ନୃତ୍ୟ, ସଂଗୀତ, ଚିତ୍ରକଳା, ପ୍ରବଚନର ଆୟୋଜନ କରାଯାଇଛି। ଯାହାକି ପୁରୀ ବଡଦାଣ୍ଡରେ ଏକ ଅଭିନବ ପରିବେଶ ସୃଷ୍ଟି କରିଛି।

ପୁରୀ ବଡ଼ଦାଣ୍ଡରେ ପ୍ରଶାସନର ଅଭିନବ ଆୟୋଜନ । ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ । ନୃତ୍ୟ, ଗୀତ, ସଙ୍ଗୀତ ଆସର ସହ ପ୍ରବଚନ ମାନ ପୁରା ବଡଦାଣ୍ଡରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ଗତ ସପ୍ତାହରୁ ପ୍ରଶାସନ ତରଫରୁ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଯେଉଁଥିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସହ ସ୍ଥାନୀୟ ଲୋକ ମଧ୍ୟ ସାମଲି ହେଉଛନ୍ତି ।

ସିଂହଦ୍ୱାର ଅଞ୍ଚଳକୁ ପାର୍କିଂ ଫ୍ରି ଜୋନ୍ ଓ ଭିକାରି ମୁକ୍ତ ଅଞ୍ଚଳ ଘୋଷଣା ପରେ ପ୍ରଶାସନ ଏଭଳି ଆୟୋଜନ କରୁଛି । ଏହି ଅଞ୍ଚଳରେ ଥିବା ଉଠା ଦେକାନୀ ମାନଙ୍କୁ ହଟାଇ ଦିଆଯାଇ ସିଂହଦ୍ୱାରକୁ ସଂପୂର୍ଣ୍ଣ ମୁକ୍ତ କରି ଦିଆଯାଇଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଆସୁଥିବା ପର୍ଯ୍ୟଟମାନେ ଯୋଗ ଦେଇ ବଡଦାଣ୍ଡରେ ଏକ ମାନ ଶୃଙ୍ଖଳକରିବା ସହ ସ୍ବସ୍ତୀକ ଆକାରରେ ବଡଦାଣ୍ଡରେ ବସିଥିଲେ । ଯାହା ଆୟୋଜିତ କାର୍ଯ୍ୟକ୍ରମକୁ ବେଶ୍ ଆକର୍ଷିଣୀୟ କରିଥିଲା ।

ସହରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳଙ୍କୁ ମହାପ୍ରଭୁଙ୍କ ନିକଟରେ ଏଭଳି ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରୁଥିବା ଦେଖାଯାଇଛି। ଏବେ ପ୍ରତ୍ୟେକ ରବିବାର ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଭବିଷ୍ୟତରେ ପ୍ରତ୍ୟେକ ଦିନ ସକାଳୁ ଏଭଳି ଉତ୍ସବ କରାଯିବାକୁ ପ୍ରଶାସନ ଉଦ୍ୟମ କରୁଛି।