ଚଣ୍ଡିଖୋଲ ୦୯।୦୧ : ଦୁଇ ବର୍ଷ ପରେ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବଡ଼ଚଣା ମହୋତ୍ସବ। ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ଏହି ମହୋତ୍ସବକୁ ଉଦ୍ଘାଟନ କରିଛନ୍ତି । ଶୀତୁଆ ସନ୍ଧ୍ୟାରେ ଏହି ମହୋତ୍ସବକୁ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।
{"id":730987,"sizeSlug":"full","linkDestination":"none"}
ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବଡ଼ଚଣା ମହୋତ୍ସବ । ଦୁଇ ବର୍ଷ ଧରି କୋଭିଡ କଟକଣା ପାଇଁ ମହୋତ୍ସବ ବନ୍ଦ ରହିଥିଲା । ହେଲେ ଚଳିତ ବର୍ଷ ଧୁମଧାମରେ ଆରମ୍ଭ ହୋଇଛି ସପ୍ତମ ବଡ଼ଚଣା ମହୋତ୍ସବ । ଆକର୍ଷଣୀୟ ତୋରଣ ସାଙ୍ଗକୁ ଚିକମିକ ଆଲୁଅରେ ସୁସଜିତ ହୋଇଛି ସମଗ୍ର ପରିବେଶ । ଏହି ମହୋତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ମଣିଷ ମଣିଷ ମଧ୍ୟରେ ପ୍ରେମ ଓ ଆନନ୍ଦର ଭାବ ସୃଷ୍ଟି କରିଥାଏ ମହୋତ୍ସବ ବୋଲି ରାଜ୍ୟପାଳ କହିଥିଲେ । ଏହି ଉତ୍ସବରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ସହ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
{"id":730988,"sizeSlug":"full","linkDestination":"none"}
ଚଳିତ ବର୍ଷ ରାଜ୍ୟର କୋଣ ଅନୁକୋଣରୁ ୧୦୦ରୁ ଅଧିକ ବ୍ୟବସାୟୀ ପହଁଞ୍ଚି ନିଜ ନିଜର ପସରା ମେଲାଇଛନ୍ତି । ସନ୍ଧ୍ୟା ସମୟରେ ମହୋତ୍ସବକୁ ହଜାର ହଜାର ଲୋକଙ୍କ ସାମଗମ ହେଉଛି । ମହୋତ୍ସବରେ ବିଶେଷ ଆକର୍ଷଣ ପାଲଟିଛି ହସ୍ତଶୀଳ୍ପ ମେଳା । ଭଳିକି ଭଳି ହାତ ତିଆରି ସାମଗ୍ରୀ ଲୋକଙ୍କ ମନ ମହୁଛି ।
{"id":730990,"sizeSlug":"full","linkDestination":"none"}
ବିଭିନ୍ନ ପ୍ରକାର ଦୋଳିର ମଜା ନେଉଛନ୍ତି ଲୋକେ । ଘରକରଣା ସାମଗ୍ରୀ କିଣିବା ସହ ଚଟପଟି ଖାଦ୍ୟର ମଜା ନେଉଛନ୍ତି ଲୋକେ । ଚଳିତ ବର୍ଷ ଭଲ ବ୍ୟବସାୟ ପାଇଁ ଲକ୍ଷ୍ୟ ରଖିଛନ୍ତି ବ୍ୟବସାୟୀ । ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
{"id":730991,"sizeSlug":"full","linkDestination":"none"}
ମହୋତ୍ସବକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ହଜାର ହଜାର ଲୋକଙ୍କ ସାମଗମକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।