ବଡଚଣା ବିଜୁ ଯୁବ ଛାତ୍ର ଦଳର ବିଶାଳ ସମାବେଶ, ଯୋଗଦେଲେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

Published By : Prameya-News7 Bureau | May 24, 2024 IST

ଚଣ୍ଡିଖୋଲ ୨୪।୫: ଯାଜପୁର ଜିଲ୍ଲା ବଡ଼ଚଣା ବିଜୁ ଯୁବ ଛାତ୍ର ଦଳ ତରଫରୁ ଛତିଆ ଠାରେ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଯୋଗ ଦେଇଥିଲେ । ବଡ଼ଚଣା ବିଜେଡି ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶନୀ ଯାଜପୁର ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଯୋଗଦେଇ ଭୋଟ୍ ଭିକ୍ଷା କରିଥିଲେ । ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ସହ ବଡ଼ଚଣା ବିଜେଡିର ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ । ବଡ଼ଚଣା ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ଯୁବ ଛାତ୍ରମାନେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ଚଣା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେଇଛନ୍ତି ଆଗାମୀ ଦିନରେ ବଡ଼ଚଣା ନିର୍ବାଚନ ମଣ୍ଡଳୀ ରାଜ୍ୟରେ ଏକ ନମ୍ବର ନିର୍ବାଚନ ମଣ୍ଡଳୀରେ ପରିଗଣିତ ହେବ ବୋଲି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ବଡ଼ଚଣାରେ ଅନେକ ବିକାଶ କାର୍ଯ୍ୟ ବାକି ରହିଛି ଯାହାକୁ ଆମେ ମିଶିକି କାର୍ଯ୍ୟ କରିବା ପାଇଁ ବିଜେଡି ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶନୀ କହିଛନ୍ତି । ଆଗାମୀ ନିର୍ବାଚନରେ ଯୁବକ ଓ ଛାତ୍ରଙ୍କ ଯୋଗଦାନ ବିଜେଡିକୁ ବେଶ୍ ସଫଳତା ଦେବ ବୋଲି ସାଂସଦ ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀ କହିଛନ୍ତି ।

You Can Read :

ଭଦ୍ରକରେ ବିଜେପିର ଜନ ସମ୍ପର୍କ ସମାବେଶ, ଯୋଗଦେଲେ ବିଧାୟକ ପ୍ରାର୍ଥୀ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.