ଭଟରଙ୍କ ମନ ଜିଣିବାକୁ ନେତାଙ୍କ ପ୍ରତିଶ୍ରୁତି ବର୍ଷା : Bada Khabar on 18th Sept 2018

Published By : Prameya-News7 Bureau | September 19, 2018 IST

ଭୋଟରଙ୍କ ମନ ଜିଣିବାକୁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ବର୍ଷା କରୁଛନ୍ତି ନେତାଏଁ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବଡ ଘୋଷଣା। ୨୦୧୯ରେ କଂଗ୍ରେସ କ୍ଷମତାକୁ ଫେରିଲେ ବର୍ତ୍ତମାନ ମୋଦି ସରକାର ଲଗାଇଥିବା ଜିଏସ୍ଟିକୁ ଉଠାଇଦିଆଯିବ । ଏହା ବଦଳରେ ନୂଆ ଜିଏସ୍ଟି ଲାଗୁ କରାଯିବ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବର୍ତ୍ତମାନର ଜିଏସ୍ଟିକୁ ସେ ଗବ୍ବର ସିଂହ ଟାକ୍ସ ବୋଲି କହିଛନ୍ତି । ଭୋପାଲରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେବା ଅବସରରେ କଂଗ୍ରେସ ହାଇକମାଣ୍ଡ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ଦଳ କ୍ଷମତାକୁ ଆସିଲେ ସାରା ଦେଶରୁ କୃଷି ଋଣ ପୂରା ଛାଡ଼ କରିଦେବ। କଂଗ୍ରେସ ହାଇକମାଣ୍ଡ କୃଷିଋଣ ଛାଡ଼ ଏବଂ ଜିଏସ୍ଟି କଥା କହିଥିବା ବେଳେ ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ପୂରା ହାଇକମାଣ୍ଡ ଆସନରେ ବସାଇଦେଇଛନ୍ତି। ବାରାଣସୀରେ ୫୫୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିବା ଅବସରରେ ମୋଦି କହିଛନ୍ତି ଯେ, ଆପଣମାନେ ହିଁ ହେଉଛନ୍ତି ମୋର ମାଷ୍ଟର, ମୋର ହାଇକମାଣ୍ଡ । ଉତ୍ତରପ୍ରଦେଶରେ ରହିଛି ୮୦ଟି ଲୋକସଭା ଆସନ । ଯେଉଁଦଳ ଉତ୍ତରପ୍ରଦେଶରେ ଭଲ ପ୍ରଦର୍ଶନ କରେ, ତା ପାଇଁ କେନ୍ଦ୍ରରେ କ୍ଷମତା ଅକ୍ତିଆର କରିବା ସହଜ। ତେଣୁ ସବୁଦଳଙ୍କ ଆଖି ଏଇ ୟୁପି ଉପରେ । ଖାସ୍ ଏଥିପାଇଁ ତ ଗତ ସାଧାରଣ ନିର୍ବାଚନରେ ବାରାଣସୀ ଲୋକସଭା ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ ମୋଦି। ଆଉ ଏଥର ମଧ୍ୟ ୟୁପିବାସୀଙ୍କ ମନ ଜିଣିବାକୁ ସେମାନଙ୍କୁ ହାଇକମାଣ୍ଡ ଆସନରେ ବସାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.