ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ଗୁରୁତର

Published By : Prameya-News7 Bureau | April 29, 2020 IST

ତେଲକୋଇ୨୯/୪: ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ଗୁରୁତର। କିଛିଦିନ ହେବ ଜମିବାଡି ବିବାଦକୁ ନେଇ ଦୁଇଭାଇଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହିଥିଲା। ଏ ନେଇ ବୁଧବାର ପୁଣି ଜମିବାଡିକୁ ନେଇ ଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।  ଉଭୟଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେବାରୁ ବଡ଼ ଭାଇ ରାଗରେ ସାନ ଭାଇକୁ ଟାଙ୍ଗିଆରେ ଚୋଟ ମାରିଥିଲା। ସ୍ଥାନୀୟ ଲୋକେ ଗୁରୁତର ସାନ ଭାଇକୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏ ନେଇ ସ୍ଥାନୀୟ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.