ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31/01/2023 at 6:18 PM

ପାରାଦୀପ ୩୧/୦୧: ଛଅ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତ ଅଞ୍ଜନ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କଲା ପାରାଦୀପ ଅଭାୟଚାନ୍ଦପୁର୍ ପୋଲିସ। ଖବର ଅନୁସାରେ, ଗତ ରବିବାର ପାଖ ଗାଁର ବିବାହ ଭୋଜି ବେଳେ କ୍ଲବ ଘର ପଛପଟେ ଅଞ୍ଜନ ସମ୍ପୃକ୍ତ ନାବାଳିକାଙ୍କୁ କୁରକୁରି ଦେବାକୁ କହି ଦୁଷ୍କର୍ମ କରିଥିଲା। ଏନେଇ ନାବାଳିକାଙ୍କ ପରିବାର ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା କରି ଅଭିଯୁକ୍ତକୁ ପୋକ୍ସୋ ଆକ୍ଟରେ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023