suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ବିଦ୍ୟୁତ୍‌ କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ: ଘରେ ପଶି ମହିଳାଙ୍କୁ କଲେ ଦୁର୍ବ୍ୟବହାର, ନେଇଗଲେ ଗହଣା

8/12/2022 at 10:03 PM

ନିଶ୍ଚିନ୍ତକୋଇଲି ୦୮/୧୨: ଟାଟା ପାୱାର୍‌ (ଟାଟା ପାୱାର୍‌ ସାଉଥର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌) କର୍ମଚାରୀଙ୍କ ଗୁଣ୍ଡାରଜ୍‌। ଘରେ ପଶି ମହିଳଙ୍କୁ ଦୁର୍ବ୍ୟବହାର ସହିତ କଲେ ସୁନା ଗହଣା ଚୋରି। ପ୍ରତିବାଦ କଲେ ମଧ୍ୟ ଶୁଣିଲେନି କଥା। ଓଲଟି ଜାତିଗତ ଆକ୍ଷେପ ଏବଂ ଅଶାଳିନ ଭାଷାରେ ମହିଳାଙ୍କୁ ଗାଳିଗୁଲଜ କଲେ। ଜଣେ ବିଦ୍ୟୁତ ଉପଭୋକ୍ତାଙ୍କ ଘରେ କେହି ନଥିବା ବେଳେ ସେମାନେ ଏପରି ଅପରାଧିକ କାଣ୍ଡ ରଚିଛନ୍ତି। ଏନେଇ ସମ୍ପୃକ୍ତା ମହିଳା ମଧ୍ୟ ସ୍ଥାନୀୟ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦେଇଛନ୍ତି। ଏପରି ଘଟଣା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଦେଖିବାକୁ ମିଳିଛି।  ବିଦ୍ୟୁତ୍‌ ସଂଯୋଗ କାଟିବା ବାହାନାରେ ଅଭିଯୁକ୍ତମାନେ ଏଭଳି ଅପରାଧ କରିଛନ୍ତି। ଏହି ଉନ୍ମତ୍ତକାଣ୍ଡ ଭିଆଇଥିବା ଅଭିଯୁକ୍ତ କର୍ମଚାରୀଙ୍କ ପରିଚୟ ଦୀପକ ସାହୁ ବୋଲି ଜଣାପଡ଼ିଛି।    

ଖବର ଅନୁସାରେ ନିଶ୍ଚିନ୍ତକୋଇଲି ଗାଁର ସୁବାଷ ସେଠୀଙ୍କ ଘରେ ଗତକାଲି କେହି ନଥିବା ସୁଯୋଗ ନେଇ ଟାଟା ପାୱାର୍‌ କମ୍ପାନୀର କିଛି କର୍ମଚାରୀ ଘରର କବାଟ ଖୋଲି ଘରେ ଥିବା ଗୋଟିଏ ସୁନା ମଙ୍ଗଳସୂତ୍ର ଓ ଦୁଇଟି ସୁନା ପଦକକୁ ନେଇଯାଇଛନ୍ତି । କେବଳ ସେତିକି ନୁହେଁ ସୁବାଷଙ୍କ ସ୍ତ୍ରୀଙ୍କୁ ମଧ୍ୟ ସେଠାରେ ବହୁତ ଖରାପ ବ୍ୟବହାର କରିଛନ୍ତି। ଜାତିଗତ ଆକ୍ଷେପ କରି ଅଶାଳିନ ଭାଷାରେ ଗାଳିଗୁଲଜ କରିଥିବା ମଧ୍ୟ  ସ୍ତ୍ରୀ ଲତା  କହିଛନ୍ତି। ଏନେଇ ସେ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ଏଭଳି ଉନ୍ମତ୍ତ କାଣ୍ଡ କଲାବେଳେ ପଡ଼ୋଶି ଓ ଲତାଙ୍କ ଜାଆ ପ୍ରତିବାଦ କରିଥିଲେ। ଏହା ସତ୍ତ୍ୱେବି ସେମାନେ ଖାତିର ନକରି ଚୋରି କରିଥିଲେ। ଏନେଇ ନିଶ୍ଚିନ୍ତକୋଇଲି ଏସଡିଓ ଏଭଳି ଘଟଣା ତାଙ୍କ କର୍ମଚାରୀ କରି ଥାଇ ନପାରନ୍ତି। ତଥାପି ତଦନ୍ତ ପରେ କିଏ ସତ ଆଉ କିଏ ମିଛ ସ୍ପଷ୍ଟ ହେବ।  

   Related Posts