ଅନ୍ତ ହେଲା ଖରାପ ସମୟ, ଡିସେମ୍ବର ୨୧ରୁ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ହେବ ଉଜ୍ଜ୍ବଳ

Published By : Prameya-News7 Bureau | December 21, 2019 IST

ବୃଷ, କୁମ୍ଭ :

ଏହି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟ ସାଥ୍ ଦେବ । ଭାଇ, ଭଉଣୀଙ୍କ ପୁରା ସହଯୋଗ ମିଳିବ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ବାଦ ବିବାଦ ଦୂର ହୋଇପାରେ । ପ୍ରେମ ସଂପର୍କ ଅତ୍ୟନ୍ତ ନିବିଡ ହେବ । ମାଲିମୋକଦ୍ଦମା ମାମଲାର ସଫଳତା ପାଇବାର ଯୋଗ ରହିଛି । ଏମାନେ ନିଜ ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ । ଆଗାମୀ ସମୟ ଏମାନଙ୍କ ପାଇଁ ଶୁଭଙ୍କର ହେବ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମମୟ ସଂପର୍କ ସ୍ଥାପନ ହେବ । ଚାକିରୀରେ ଆପଣଙ୍କ ପଦୋନ୍ନତି ହୋଇପାରେ ।

ସିଂହ, କନ୍ୟା :

ଏହି ରାଶିର ବ୍ୟକ୍ତିଙ୍କର ସମସ୍ତ ଅଧୁରା ସ୍ବପ୍ନ ପୂରା ହୋଇପାରେ । ଏମାନେ ନିଜ ଭବିଷ୍ୟତ କଥା ଚିନ୍ତା କରିପାରନ୍ତି । କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ବନ୍ଧୁମାନଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବ । ଆମଦାନୀର ନୂଆ ଅବସର ସୃଷ୍ଟି ହେବ । ଆପଣଙ୍କ ନିକଟରେ ଆତ୍ମବିଶ୍ବାସ ଭରି ରହିଛି । ଆପଣ ନିଜ ମହତ୍ବ ନିଜେ ବୁଝନ୍ତୁ । ଏମାନଙ୍କର ମଧୁର କଥା କାହାର ବି ହୃଦୟ ଜିତି ପାରିବ । ଆମଦାନୀର ଅବସର ସୃଷ୍ଟି ହେବ । ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇପାରେ ।

ତୁଳା, ବିଛା ରାଶି :

ଏହି ରାଶିର ବ୍ୟକ୍ତିଙ୍କୁ ନିଜ ଜୀବନରେ ଉତ୍ତମ ପରିଣାମ ଦେଖିବାକୁ ମିଳିବ । ସ୍ବାସ୍ଥ୍ୟ, ଚାକିରୀ, ବ୍ୟବସାୟ କ୍ଷେତ୍ରରେ ଏମାନେ ନୂଆ କୀର୍ତ୍ତି ସ୍ଥାପିତ କରିବେ । ଏମାନେ ଜୀବନରେ ସଫଳତା ପାଇବେ । ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ଜୀବନରେ ବଡ ଚମତ୍କାର ଦେଖିବାକୁ ମିଳିବ । ଏମାନଙ୍କର ସମାଜରେ ମାନ ସମ୍ମାନ ଏବଂ ପଦ ପ୍ରତିଷ୍ଠା ବୃଦ୍ଧି ହେବ । ଏମାନଙ୍କର ପାରିବାରିକ ଜୀବନ ସୁଖମୟ ହେବ । ଏହି ରାଶିର ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ । ପାରିବାରିକ ସୁଖ, ସମୃଦ୍ଧି ବୃଦ୍ଧି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.